ଏହି ଦିନ ପରଦାକୁ ଆସିବ ଆୟୁଷ୍ମାନ୍‌ ଖୁରାନାଙ୍କ ‘ଅନେକ’, ଦେଖନ୍ତୁ ଫାଷ୍ଟଲୁକ୍‌

ଆୟୁଷ୍ମାନ୍‌ ଖୁରାନାଙ୍କ ଫିଲ୍ମ ‘ଅନେକ’ର ରିଲିଜ୍‌ ତାରିଖ ଘୋଷଣା ହେଇଛି। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୩୧ ମାର୍ଚ୍ଚ, ୨୦୨୨ରେ ହଲ୍‌କୁ ଆସିବ। ଆୟୁଷ୍ମାନ୍‌ଙ୍କ କହିବାନୁସାରେ, ଜୀବନ କାଳ ଭିତରେ ଜଣେ ଅଭିନେତାଙ୍କୁ ମାତ୍ର କେତୋଟି ହାତଗଣତି ଫିଲ୍ମ ହିଁ ମିଳେ, ଯାହା ତାଙ୍କୁ ତାଙ୍କ ଆରାମ କ୍ଷେତ୍ରରୁ ବାହାରକୁ ଆଣିଥାଏ। ମୁଁ ଗର୍ବ ଅନୁଭବ କରୁଛି ଯେ ଏକ ଏଭଳି ଫିଲ୍ମରେ କାମ କରିବା ସୁଯୋଗ ପାଇଛି। ଏହି ଫିଲ୍ମର ନାମକରଣ କରିବାକୁ ସୁଯୋଗ ପାଇଥିବାରୁ ମୁଁ ନିଜକୁ ଅଧିକ ଭାଗ୍ୟଶାଳୀ ମନେ କରୁଛି ବୋଲି କହିଛନ୍ତି ଆୟୁଷ୍ମାନ।

ଆୟୁଷ୍ମାନ କହିଛନ୍ତି, ‘ଅନେକ’ ଏକ ନୂଆ ଯୁଗର ସିନେମା, ଯାହା ଉପରେ ସେ ବିଶ୍ୱାସ କରନ୍ତି। ଏହି ସ୍ୱତନ୍ତ୍ର କାହାଣୀକୁ ତିଆରି କରିବା ପାଇଁ ମୋତେ ବାଛି ଥିବାରୁ ଅନୁଭବ ସାର ଓ ଭୂଷଣ ସାରଙ୍କ ନିକଟରେ କୃତଜ୍ଞ। ଆମ ସ୍ୱପ୍ନର ପ୍ରୋଜେକ୍ଟକୁ ଦୁନିଆ ସାମ୍ନାକୁ ଆଣିବା ଏକ ବହୁତ ଖୁସିର କଥା।

 

View this post on Instagram

 

A post shared by Ayushmann Khurrana (@ayushmannk)

ଫିଲ୍ମକୁ ଏକ ସ୍ଲିକ୍‌ ସ୍କାଇ ଥ୍ରିଲର ବୋଲି କୁହାଯାଉଛି, ଯାହା ପୂର୍ବୋତ୍ତର ଭାରତର ଭୂ-ରାଜନୀତିକ ପୃଷ୍ଠଭୂମି ଉପରେ ଆଧାରିତ।

ରିଲିଜ୍‌ ତାରିଖ ବିଷୟରେ ଅନୁଭବ ସିହ୍ନା କହିଛନ୍ତି, ଏହା ଏକ ଚ୍ୟାଲେଞ୍ଜିଂ ଫିଲ୍ମ ଥିଲା। ଏହାକୁ ତିଆରି କରିବା ମଧ୍ୟ କଷ୍ଟକର ଥିଲା। ଏହି ଫିଲ୍ମର ସୁଟିଂ ଆବଡ଼ା ଖାବଡ଼ା ସ୍ଥାନରେ କରାଯାଇଥିଲା। କିନ୍ତୁ ଏହାର ସୁଟିଂରେ ଏକ ସନ୍ତୁଷ୍ଟି ଥିଲା ବୋଲି ସେ କହିଛନ୍ତି। ଆୟୁଷ୍ମାନଙ୍କ ଯୋଗୁ ଫିଲ୍ମଟି ଅଧିକ ସୁନ୍ଦର ହୋଇପାରିଛି ବୋଲି ଅନୁଭବ ସିହ୍ନା କହିଛନ୍ତି। ସୂଚନାଯୋଗ୍ୟ ଯେ ‘ଅନେକ’ ହେଉଛି ଭୂଷଣ କୁମାରଙ୍କ ଟି-ସିରିଜ୍‌ ଓ ଅନୁଭବ ସିହ୍ନାଙ୍କ ବନାରସ ମିଡିଆଓ୍ଵାର୍କସଙ୍କ ଦ୍ୱାରା ମିଳିତ ରୂପେ ତିଆରି ହୋଇଥିବା ଫିଲ୍ମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.