ପିଲା ଦିନେ ପ୍ରତିଦିନ ରାତିରେ କବର ସ୍ଥଳକୁ ଯାଉଥିଲେ ଏହି ଅଭିନେତା, ଜାଣିଲେ ହୋଇଯିବେ ଅବାକ

ବଲିଉଡ ଅଭିନେତା କାଦର ଖାଁ ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ ଧରି ଅଭିନୟ କ୍ଷେତ୍ରରେ ସକ୍ରିୟ ଥିଲେ ।  ଏହି ସମୟ ଭିତରେ ୧୦୦ରୁ ଅଧିକ ସଂଖ୍ୟକ ଫିଲ୍ମରେ ଅଭିନୟ କରିଛନ୍ତି କାଦର ଖାନ ।  ପ୍ରାୟ ସମସ୍ତ ବିଭାଗରେ ତାଙ୍କ ଅଭିନୟକୁ ଦର୍ଶକ ମାନେ ଖୁବପସନ୍ଦ ବି କରିଛନ୍ତି ।  କିନ୍ତୁ ୨୦୧୮ ରେ ଦୀର୍ଘ ଦିନର ଅସୁସ୍ଥତା ପରେ କାଦରଙ୍କ ମୃତ୍ୟୁ ହୋଇଥିଲା ।  ଆଜି ଆମମାନଙ୍କ ମଧ୍ୟରେ ସେ ନଥିଲେ ବି ତାଙ୍କ ଚମତ୍କାର ଅଭିନୟ ଦର୍ଶକଙ୍କ ମନରେ ଏକ ଅଭୁଲା ଛାପ ଛାଡିଯାଇଛି ।  ଖୁବ କମ ଭାରତୀୟଙ୍କୁ ଜଣା ପ୍ରକୃତରେ କାଦର ହେଉଛନ୍ତି ଆଫଗାନିସ୍ତାନର ମୂଳ ବାସିନ୍ଦା ।  ତାଙ୍କ ଜନ୍ମ ୧୯୩୭ ମସିହା ଅକ୍ଟୋବର ମାସ ଆଜିର ତାରିଖରେ ହୋଇଥିଲା ।  ୧୯୭୩ ମସିହାରେ ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ।  ଏତେ ଦିନ ଧରି ଅଭିନୟର ଯାଦୁରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିବା ଏହି ବରିଷ୍ଠ ଅଭିନେତା ଜଣଙ୍କର କିଛି ରୋଚକ ତଥ୍ୟ ଆଜି ବି ଦର୍ଶକଙ୍କୁ ବିସ୍ମିତ କରେ ।  ଆଜି ଆମେ ଆପଣଙ୍କୁ ତାଙ୍କ ବିଷୟରେ ଏମିତି ଏକ ତଥ୍ୟ ଦେବାକୁ ଯାଉଛୁ ।  ଯାହାକୁ ପୂର୍ବରୁ କେହି ବି ହୁଏତ ଶୁଣି ନଥିବେ ।  ପିଲାଦିନେ କାଦର ରାତି ସମୟରେ କବର ସ୍ଥଳକୁ ଯିବାଆସିବା କରୁଥିଲେ । ତେବେ ଏମିତି କାହିଁକି ସେ କରୁଥିଲେ ଜାଣିବା ।

kadar khan

ପ୍ରକୃତରେ କାଦରଙ୍କ ଘର ପାଖରେ ଏକ କବର ସ୍ଥଳ ଥିଲା ।  ପାଠ ପଢ଼ିବା ପାଇଁ ତାଙ୍କ ମାଁ ତାଙ୍କୁ ମସଜିଦକୁ ପଠାଉଥିଲେ ।  କିନ୍ତୁ ସେ ମସଜିଦରୁ କବର ସ୍ଥଳକୁ ଚାଲି ଯାଉଥିଲେ ।  ଏହା ପଛରେ ବି ଏକ ବିଶେଷ କାରଣ ଥିଲା ।  ଦିନ ଯାକ ଯାହା ବି ପାଠ ପଢୁଥିଲେ ସେଗୁଡିକୁ ସେଠାରେ ଯାଇ ଅଭ୍ୟାସ କରୁଥିଲେ କାଦର ।  ଏଠି ନିଜ ବହି ପତ୍ର ବି ପଢ଼ାପଢି କରୁଥିଲେ ସେ । ଏମିତି ଲଗାତାର ଅନେକ ଦିନ ଯାଏଁ ଚାଲିଥିଲା ।  ଦିନେ ସେଠାରେ ପଢ଼ୁଥିବା ସମୟରେ ତାଙ୍କ ଚେହେରାରେ କେହି ଜଣେ ଟର୍ଚ ଲାଇଟ ପକେଇଥିଲେ ।  ବ୍ୟକ୍ତି ଜଣଙ୍କ ଯେବେ ତାଙ୍କୁ ପଚାରିଥିଲେ ଏଠିକି ଏମିତି ଆସିବାର କାରଣ କଣ ।  ଜବାବରେ ଆସିଥିଲା ମୁଁ ଏଠି ପାଠ ପଢୁଛି ।  ତାଙ୍କର ଏପରି ବ୍ୟବହାରରେ ପ୍ରଭାବିତ ହୋଇ ଥିଏଟରରେ କାମ କରିବାକୁ ପରାମର୍ଶ ଦେଇଥିଲେ ସେହି ବ୍ୟକ୍ତି ।  ୧୯୭୭ ରେ ରିଲିଜ ହୋଇଥିବା “ମୁକଦ୍ଦର କା ସିକନ୍ଦର” ରେ ବି ତାଙ୍କର ଏକ ପ୍ରମୁଖ ଭୂମିକା ଥିଲା ।

କାଦର ହେଉଛନ୍ତି ସେଇହି ଯିଏ ନିଜ ଡ଼ାଈଲଗ ମାଧ୍ୟମରେ ଅମିତାଭଙ୍କୁ ଆଙ୍ଗି ୟଙ୍ଗ ମ୍ୟାନର ପରିଚୟ ଦେଇଥିଲେ ।  ଯେଯାତ୍ରା ୩୦୦ରୁ ଉର୍ଦ୍ଧ୍ବ ଅଧିକ ସିନେମାରେ କାମ କରିଥିବା ବେଳେ ୨୦୦ଟି ଫିଲ୍ମରେ ସ୍କ୍ରିନ ପ୍ଲେ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.