ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ଆଉ ଜଣକ ସାଥିରେ ନିର୍ବନ୍ଧ ସାରିଛି ଯୁବକ,ଖବର ପାଇ ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା

ପାରାଦ୍ବୀପ(କେନ୍ୟୁଜ୍):ପ୍ରେମିକର ଘର ଆଗରେ ପ୍ରେମିକାର ଧାରଣା। ପ୍ରେମିକର ନିର୍ବନ୍ଧ ଖବର ପାଇ ଧାରଣାରେ ପ୍ରେମିକା। ପ୍ରଥମେ ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା ପ୍ରେମିକ। କିନ୍ତୁ ଏବେ ନିର୍ବନ୍ଧ ଖବର ପାଇବା ପରେ ପ୍ରେମିକା ରାତି ଚାରିଟାରୁ ପ୍ରେମିକ ଘରକୁ ଆସି ଧାରଣା ଦେଇଛି।

ପାରାଦ୍ବୀପ ଗୋପିଆକୁଦ ପଞ୍ଚାୟତର ନୂଆ ବାଲିସାହି ଗାଁରେ ଏଭଳି ଘଟଣା ଘଟିଛି। ନୂଆ ବାଲିସାହି ଗାଁର ଜୀବନ ମହାରଣା କାବୁଲପୁର ଗାଁର ଜଣେ ଝିଅକୁ ତିନିବର୍ଷ ଧରି ଭଲ ପାଉଥିଲା। ଏହା ସହିତ ଝିଅକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହି ବିଭିନ୍ନ ସ୍ଥାନକୁ ନେଇ ବୁଲାଇଥିଲା। ଆଜି ଜୀବନର ନିର୍ବନ୍ଧ ହେଉଥିବା ଖବର ପାଇ ପ୍ରେମିକ ଘରକୁ ଆସି ଏହାର ପ୍ରତିବାଦ କରିଥିଲା। ଧାରଣା ପରେ କୁଜଙ୍ଗ ପୋଲିସ ପୁଅକୁ ଥାନାକୁ ଡାକିବା ସହ ଝିଅକୁ ଉଦ୍ଧାର କରି ଥାନାକୁ ନେଇ ପଚରା ଉଚରା ଆରମ୍ଭ କରିଛି।

ନିର୍ବନ୍ଧ ଖବର ପାଇ ପ୍ରେମିକା ସହିନପାରି ରାତି ଚାରିଟାରୁ ପ୍ରେମିକା ଧାଇଁ ଆସିଥିଲା ପ୍ରେମିକ ଘରକୁ। ପ୍ରେମିକର ଭାଇ ଓ ମା ର ମିଳିତ ଆକ୍ରମଣରେ ଗାଁ ଦାଣ୍ଡରେ ଦୌଡୁଥିବା ସମୟରେ ଗ୍ରାମବାସୀମାନେ ଉଦ୍ଧାର କରିଥିଲେ ଝିଅଟିକୁ। ଘଟଣା ସ୍ଥଳରେ ପ୍ରେମିକାର ମା ଓ ବୁଢିମା ପ୍ରେମିକ ଘର ସାମ୍ନାରେ ପଂହଚିବା ପରେ ପୁଣି ଥରେ ପ୍ରେମିକା ପ୍ରେମିକର ଘର ଆଗରେ ନ୍ଯାୟ ଦାବିରେ ବସିରହିଥିଲେ।

ନୂଆ ବାଲିସାହି ଗ୍ରାମର ଜୀବନ ମହାରଣା କାବୁଲପୁର ଗ୍ରାମର ଜଣେ ଝିଅକୁ ତିନିବର୍ଷ ଧରି ଭଲ ପାଉଥିଲା। ଏହା ସହିତ ଝିଅକୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିବା ସହିତ ବିଭିନ୍ନ ସ୍ଥାନକୁ ବୁଲାଇବାକୁ ନେଉଥିଲା। ଆଜି ନିର୍ବନ୍ଧ ହେଉଥିବା ଖବର ପ୍ରେମିକ ଦେବା ସହିତ ଘରକୁ ଆସି କିଛି ସମାଧାନ କରିବାକୁ ପ୍ରେମିକାକୁ ଡାକିଥିଲା । ନିର୍ବନ୍ଧ କଥା ଶୁଣି ପ୍ରେମିକା ରାତି ଚାରିଟାରେ ପ୍ରେମିକ ଘର ସମ୍ମୁଖରେ ପଂହଚିବା ପରେ ପ୍ରେମିକ ପରିବାରର ଆକ୍ରୋଶର ଶିକାର ହୋଇଥିଲେ ଯୁବତୀ ଜଣକ।

ପରେ ଗ୍ରାମବାସୀ ମାନେ ଉଦ୍ଧାର କରିଥିଲେ। ଯାହାକୁ ନେଇ ନ୍ଯାୟ ଦାବିକରି ପ୍ରେମିକ ଘର ସମ୍ମୁଖରେ ଧାରଣାରେ ବସିରହିଛି ପ୍ରେମିକା। ତେବେ ଝିଅଟି ନିଚ ଜାତିର ହୋଇଥିବାରୁ ପରିବାର ଲୋକେ ଜୀବନକୁ ଏଥିରୁ ନିବୃତି ରହିବାକୁ କହିବା ସହିତ ଅନ୍ଯତ୍ର ବିବାହ କରିବା ପାଇଁ ବୁଝାଇଥିଲେ। ଯାହାକୁ ନେଇ ଆଜି ନିର୍ବନ୍ଧ ସ୍ଥିର କରିଦେଇଥିଲେ।  ଝିଅଟି ସକାଳୁ ଆସି ପୁଅ ଘରେ ପଂହଚିବା ପରେ ପରିସ୍ଥିତି ଅନ୍ଯ ଆଡକୁ ଗତି କରୁଥିଲା।  ଏହାକୁ ନେଇ କୁଜଙ୍ଗ ପୋଲିସ ପୁଅକୁ ଥାନାକୁ ଡାକି ଥିବା ବେଳେ ଝିଅକୁ ଉଦ୍ଧାର କରି ଥାନାକୁ ନେଇ ପଚରା ଉଚରା ଆରମ୍ଭ କରିଛି।