ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି ପଙ୍କଜ ତ୍ରିପାଠୀଙ୍କ ପତ୍ନୀ, ନିଜେ ଅଭିନେତା ଦେଲେ ସୂଚନା

ପଙ୍କଜ ତ୍ରିପାଠୀଙ୍କ ପରେ ତାଙ୍କ ପତ୍ନୀ ବି କରିବାକୁ ଯାଉଛନ୍ତି ବଲିଉଡ୍ ଡେବ୍ୟୁ। ଏ ନେଇ ନିଜେ ସୂଚନା ଦେଇଛନ୍ତି ଅଭିନେତା। ପଙ୍କଜ ଖୁଲାସା କରିଛନ୍ତି ଯେ ତାଙ୍କ ପତ୍ନୀ ମୃଦୁଲା ତ୍ରିପାଠୀ ଖୁବ୍ ଶୀଘ୍ର ବଲିଉଡ୍ରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ତାଙ୍କ ପ୍ରସ୍ତୁତି ବି ଶେଷ ହୋଇଛି। ନିଜ ଅଗାମୀ ଫିଲ୍ମ ‘ଶେରଦିଲ: ଦ ପିଲିଭିତ ସାଗା’ର ରିଲିଜ୍ ପାଇଁ ପ୍ରସ୍ତୁତି କରୁଥିବା ଅଭିନେତା ସେୟାର କରିଛନ୍ତି ଯେ ମୃଦୁଲା ବି ଫିଲ୍ମର ଏକ ଅଂଶ ଅଛନ୍ତି। ପଙ୍କଜଙ୍କ କହିବାନୁସାରେ, ମୃଦୁଲା ଫିଲ୍ମରେ କେମିଓ ଅଛନ୍ତି ଓ ଏଥିପାଇଁ ସେ କୌଣସି ଫିସ୍ ନେଇନାହାନ୍ତି। ସେ ଅତିଥି କଳାକାର ଭାବେ ଜଣେ ବଙ୍ଗାଳୀ ମହିଳାଙ୍କ ଭୂମିକାରେ ଅଭିନୟ କରିବେ।
A hero to cheer for. A cause to fight for. A thought to die for.#SherdilTrailer-The Pilibhit Sagahttps://t.co/J2b0jv6aH5
In Cinemas 24th June.@srijitspeaketh #NeerajKabi @sayanigupta #BhushanKumar #KrishanKumar #ShivChanana @TSeries @RelianceEnt @vivekbagrawal @sherdilfilm pic.twitter.com/ll5m7xX1sh— पंकज त्रिपाठी (@TripathiiPankaj) June 3, 2022
ପଙ୍କଜ ତାଙ୍କ ପରିବାର ଲୋକ ଫିଲ୍ମରେ ଅଭିନୟ କରିବାକୁ ନେଇ କହିଛନ୍ତି, ତାଙ୍କ ଝିଅ ଆଶି ତ୍ରିପାଠୀଙ୍କର ବର୍ତ୍ତମାନ ଫିଲ୍ମ କରିବାର କୌଣସି ଯୋଜନା ନାହିଁ। ଏବେ ସେ ପଢ଼ୁଛି। ଭବିଷ୍ୟତରେ କଣ ହେବ ଜଣା ନାହିଁ। ଏବେ ପାଇଁ ମୁଁ ଚାହୁଁଛି ଯେ ସେ କଡ଼ା ପରିଶ୍ରମ କରି ପାଠ ପଢ଼ୁ ଓ ଖେଳ ଖେଳୁ। କିନ୍ତୁ ପ୍ରକୃତରେ ସେ ଭଲ ଲେଖେ। ତା’ର ସାହିତ୍ୟରେ ଭଲ ଜ୍ଞାନ ଅଛି। ସେ ନିଜ ଶ୍ରେଣୀରେ ସବୁଠୁ ଭଲ କରୁଛି। ସେ ଏବେ ଭଲ ପଢ଼ୁଛି। କିନ୍ତୁ ଫିଲ୍ମ ପାଇଁ ତାର ଆଦୌ ଆଗ୍ରହ ନାହିଁ। ଦେଖାଯାଉ ଭବିଷ୍ୟତରେ କ’ଣ ହେଉଛି।
Witness the valor of a braveheart and the unconditional love towards his people.
2 Days To #Sherdil – The Pilibhit Saga.
In Cinemas 24th June.@srijitspeaketh @TripathiiPankaj @NeerajKabi1#NeerajKabi @sayanigupta #BhushanKumar #KrishanKumar #ShivChanana @TSeries pic.twitter.com/rOwYFA2hJP— T-Series (@TSeries) June 22, 2022
ସୂଚନାଯୋଗ୍ୟ ଯେ ଶେରଦିଲ: ଦ ପିଲିଭିତ ସାଗା, ଜୁନ୍ ୨୪ରେ ରିଲିଜ୍ ହେବ। ଏହା ପିଲିଭିତ ଟାଇଗର ରିଜର୍ଭରେ ହୋଇଥିବା ସତ ଘଟଣା ଉପରେ ଆଧାରିତ। ଶ୍ରୀଜିତ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନୀରଜ କାବୀ ଓ ସୟାନୀ ଗୁପ୍ତା ମଧ୍ୟ ଅଭିନୟ କରୁଛନ୍ତି।
Also Read: ପାଗଳ ନା କ’ଣ! ବିଷାକ୍ତ ସାପ କାମୁଡ଼ିବାରୁ ତାକୁ ଧରି ହାତରେ ଦଳି ଦେଇ ଖାଇଦେଲେ ଯୁବକ