NEET ପରୀକ୍ଷା ଘୁଞ୍ଚିବା ନେଇ ସୋସିଆଲ ମିଡିଆରେ ଭାଇରଲ ହେଉଛି ଏକ ଫେକ ନ୍ୟୁଜ

ବିଭିନ୍ନ ସୋସିଆଲ ମିଡିଆରେ ଏକ ନୋଟିସ ଖୁବ ଭାଇରାଲ ହେବାରେ ଲାଗିଛି | ଯେଉଁଥିରେ ଦର୍ଶାଯାଇଛିଯେ ପରୀକ୍ଷା ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।  କିନ୍ତୁ କହିରଖୁଛୁକି ଭାଇରାଲ ହେଉଥିବା ଏହି ନୋଟିସ ସମ୍ପୂର୍ଣ୍ଣ ରୂପେ ମିଛ | କାରଣ ଏନ୍ଟିଏ ପକ୍ଷରୁ ଏମିତି କୌଣସି ସୂଚନା ଦିଆଯାଇନାହିଁ ।  ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (NEET) ଅଣ୍ଡର ଗ୍ରାଜୁଏଟ ଆଡମିଶନ ପାଇଁ ପରୀକ୍ଷା ଆସନ୍ତା ଜୁଲାଇ ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଅଛି ।  କିନ୍ତୁ ଏହା ପୂର୍ବରୁ ବିଭିନ୍ନ ସୋସିଆଲ ମିଡିଆରେ ଏକ ନୋଟିସ ଖୁବ ଭାଇରଲ ହେବାରେ ଲାଗିଛି ।  ଯେଉଁଥିରେ ପରୀକ୍ଷା କିଛି ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବା ନେଇ ନଜର ଆସିଛି ।  କିନ୍ତୁ ପରେ NTA ପକ୍ଷରୁ ଏପରି କୌଣସି ସୂଚନା ଦିଆଯାଇନାହିଁ ବୋଲି ଜଣାଯାଇଛି ।

ପ୍ରେସ ଇନଫରମେସନ ବ୍ୟୁରୋ କିମ୍ବା ପିଆଇବିର ଏକ ଟିମ ଏହି ନୋଟିସ ସମ୍ପୂର୍ଣ୍ଣ ରୂପେ ଫେକ ବୋଲି କୁହାଯାଇଛି ।  PIB ପକ୍ଷରୁ ଟ୍ୱିଟରେ କୁହାଯାଇଛିକି, ସୋସିଆଲ ମିଡିଆରେ ଏକ ନୋଟିସ ଭାଇରଲ ହେଉଛି ଯେଉଁଥିରେ ଦାବି କରାଯାଇଛିକି ଏନଟିଏ NEET UGକୁ ଜୁଲାଇ ୧୭ ବଦଳରେ ସେପ୍ଟେମ୍ବର ୪ ତାରିଖରେ ଅନୁଷ୍ଠିତ କରିବାକୁ ଲକ୍ଷ ରଖିଛି ଯାହା ସମ୍ପୂର୍ଣ୍ଣ ରୂପେ ମିଛ ।  ଏହି ନୋଟିସ ସମ୍ପୂର୍ଣ୍ଣ ରୂପେ ମିଛ ବା ଫେକ । ” ଅନ୍ୟପକ୍ଷରେ ଏଣ୍ଟ୍ରାନ୍ସ ଦେବା ନେଇ ଲକ୍ଷ ରଖିଥିବା ପରୀକ୍ଷାର୍ଥୀ ଓ ସେମାନଙ୍କ ମାତା-ପିତା ସିବିଏସସି ବୋର୍ଡ଼ ପରୀକ୍ଷା ପାଇଁ ମେଡିକାଲ ପରୀକ୍ଷା କୁ ସ୍ଥଗିତ କରିବା ନେଇ ଦାବି କରି ଆସୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.