ପ୍ରେମିକା ଘରେ ପ୍ରେମିକକୁ ପ୍ରଥମେ ନିର୍ଧୁମ ମାଡ, ଏବେ ମିଳୁନି ପତ୍ତା: ପୁଅକୁ ଖୋଜି ଆଣିବା ଦାବିରେ ସ୍ଥାନୀୟ .ଲେୋକଙ୍କ ରାସ୍ତାରୋକ୍

କାଲିମେଳା(କେନ୍ୟୁଜ୍‌): ପ୍ରେମିକା ଘରେ ପ୍ରେମିକକୁ ନିର୍ଧୁମ ମାଡ। ତାପରେ ମିଳୁନି ପ୍ରେମିକର ଖୋଜ ଖବର। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମୋଟୁ ଥାନା ଅନ୍ତର୍ଗତ ଏମ୍‌. ଭି- ୭୨ ଗ୍ରାମରେ । ଘଟଣାପରେ ଉତ୍ୟକ୍ତ ଗ୍ରାମ ଲୋକେ ଟାୟାର ଜାଳି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତ୍ରରେ ପ୍ରେମିକା ଘରେ ପହଞ୍ଚିଥିଲା ପ୍ରେମିକ। ପ୍ରେମିକ ଜଣକ ହେଉଛନ୍ତି ମାନ୍ଯମକୋଣ୍ଡା ପଞ୍ଚାୟତର ଏମ. ଭି-୭୫ ଗ୍ରାମର ତେଜନ ମଣ୍ଡଳଙ୍କ ପୁଅ ଅନାଦି ମଣ୍ଡଳ। ତେବେ ଗତକାଲି ଏମ୍‌. ଭି -୭୨ ଗ୍ରାମର ବିମଲ ଗାଇନଙ୍କ ଘରେ ପହଞ୍ଚିଥିଲେ ଅନାଦି । ପରେ ଏନେଇ ଜାଣିବା ପରେ ପ୍ରେମିକାର ପରିବାର ଲୋକେ ଉତ୍ୟକ୍ତ ହୋଇ ଅନାଦି ମଣ୍ଡଳକୁ ପ୍ରବଳ ଛେଚିଥିଲେ। ତେବେ ଘଟଣାକୁ ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଏଯାଏ ଅନାଦି ମଣ୍ଡଳଙ୍କ କୌଣସି ଖବର ମିଳୁନଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦେଇଛନ୍ତି ଅନାଦିଙ୍କ ପରିବାର ଲୋକେ।

ଘଟଣା ସ୍ଥଳରେ ଏମ୍‌. ଭି-୭୯ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏପଟେ ନ୍ଯାୟ ଦାବିରେ ସ୍ଥାନୀୟ ଲୋକେ ଏବେ ବି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରି ରଖିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.