ଦିନେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ୪୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଛି ଏଇ ଚାଟଶାଳୀ, ଆଜିବି ପାଠ ପଢାନ୍ତି ଗୋବିନ୍ଦ ସାର୍

ସାଲେପୁର(କେନ୍ୟୁଜ୍): ରାଜ୍ଯରେ ସଂପୂର୍ଣ୍ଣ ଚାଟଶାଳୀ ପରମ୍ପରା ଲୋପ ପାଇ ଏବେ ଛତୁ ଫୁଟିଲା ପରି ଇଂରାଜୀ ମଧ୍ୟମ ପ୍ଲେ ସ୍କୁଲ ବା ନର୍ସରି ସ୍କୁଲ ଗଢି ଉଠୁଛି । ହେଲେ କଟକ ଜିଲ୍ଲା ସାଲେପୁର ବୋଇଲୋ ଗାଁରେ ପୂର୍ବର ଚାଟଶାଳୀ ପରମ୍ପରା ଆଜିବି ବଜାୟ ରହିଛି । ଦିନେ ନୁହେଁ କି ବର୍ଷେ ନୁହେଁ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି। କଟକ ସାଲେପୁର ବ୍ଲକ୍‌ ବୋଇଲୋ ଗାଁରେ ଚାଲିଛି ଏହି ଚାଟଶାଳୀରେ ଶିକ୍ଷାଦାନ ପରମ୍ପରା । ଆଉ ବିନା ପାରିଶ୍ରମିକରେ ନିରବିଚ୍ଛିନ୍ନ ଭାବେ ଚାଟଶାଳୀରେ ଶିକ୍ଷାଦାନ କରୁଛନ୍ତି ଦିବ୍ଯାଙ୍ଗ ଗୋବିନ୍ଦ ସାର୍।

ପରିଣତ ବୟସରେ ମଧ୍ୟ ସେ ହାର୍ ମାନିନାହାନ୍ତି। କଥାରେ ଅଛି ନା ମନବଳ ଆଉ କିଛି କରିଦେଖାଇବାର ଇଚ୍ଛାଶକ୍ତି ଥିଲେ ଜଣେ ଯେକୌଣସି ଅବସ୍ଥା କିମ୍ବା ପରିସ୍ଥିତିରେ ଥାଇ ବି ନିଜ ଲକ୍ଷ୍ଯ ହାସଲ କରିପାରିବ। ତେବେ ତାଙ୍କ ହାତରେ ଗଢ଼ା ହୋଇଥିବା ଏହି ମଣିଷ ତିଆରି କାରଖାନରେ ଶିକ୍ଷାଦାନ କରି ବିଭିନ୍ନ କ୍ଷେତ୍ରରେ କାର୍ଯ୍ଯ କରିଛନ୍ତି ଆଉ ଏବେବି କରୁଛନ୍ତି ବାପ-ପୁଅ-ନାତି ତିନି ପିଢ଼ିର ପିଲାମାନେ। ଆଉ ଚଳିତ ଗୁରୁ ଦିବସ ଅବସରରେ ଯିଏ ଯେଉଁ କ୍ଷେତ୍ରରେ ଥାଇ ମଧ୍ଯ ଧାଇଁ ଆସିଥିଲେ ନିଜ ପିଲା ଦିନର ସେଇ ଗୁରୁଙ୍କ ଆର୍ଶିବାଦ ଟିକେ ନେବା ପାଇଁ।

chatasali

୧୯୭୮ ମସିହାରୁ କାଳିକା ପୁର ଗାଁ ଛକ ମୁଣ୍ଡରେ ଥିବା ଏହି ଘର ଅଗଣାରେ ଚାଲିଛି ଗୋବିନ୍ଦ ସାର ଙ୍କ ଚାଟଶାଳୀ ।ଗାଁର କୁନି କୁନି ପିଲା ମାନେ ସ୍କୁଲ ଯିବା ପୁର୍ବରୁ ପଣିକିଆ, ଯୁକ୍ତାକ୍ଷର ଓଡ଼ିଆ ସହ ବୌଦ୍ଧିକ ଶିକ୍ଷା ଗ୍ରହଣ କରୁଛନ୍ତି । ହାତ ଧରି ପିଲା ମାନଙ୍କୁ ଅତି ସ୍ନେହରେ ଶିକ୍ଷା ଦେଉଛନ୍ତି ଗୋବିନ୍ଦ ସାର୍।

ସ୍ଥାନୀୟ କାଳିକାପୁର ସ୍କୁଲରୁ ଅଷ୍ଟମ ପାଠ ପଢୁଥିବା ବେଳେ ଦୁରା ରୋଗରେ ହାତ ଏବଂ ଗୋଡ ଅଚଳ ହୋଇ ଯାଇଥିଲା ଗୋବିନ୍ଦ ସାରଙ୍କର। ଯାହାପରେ ସେ ଆଉ ପାଠ ପଢ଼ି ପାରିଲେ ନାହିଁ। ସେଇ ଦିନ ଠାରୁ ଗାଁର ପିଲା ମାନକୁ ପାଠ ପଢ଼ାଉଛନ୍ତି ବୋଲି ସେ କୁହନ୍ତି । ସାର ଙ୍କ ପାଖରେ ଗାଁ ବହୁ ପିଲା ସକାଳ ୬ ର ୯ ଟା ଏବଂ ସଂଧ୍ୟା ସମୟରେ ପାଠ ପଢ଼ି ଥାନ୍ତି । ଏଥି ପାଇଁ ଆଜି ପର୍ଯ୍ଯନ୍ତ ମଧ୍ୟ କାହା ଠାରୁ ପାରିଶ୍ରମିକ ନିଅନ୍ତି ନାହିଁ ବରଂ ଚୋଟ ଚୋଟ ପିଲାମାନଙ୍କୁ ଶିକ୍ଷାଦାନ କରି ବେଶ ଖୁସି ପ୍ରକଟ କରନ୍ତି ।

ଗୋବିନ୍ଦ ସାରଙ୍କ ଇଚ୍ଛା ଥିଲା ଭଲ ପାଠ ପଢି କିଛି କରି ଦେଖାଇବେ । ମାତ୍ର ଦାରିଦ୍ର୍ଯ ଓ ରୋଗ ତାଙ୍କ ପାଠପଢାରେ ଡୋରି ବାନ୍ଧିଦେଲା।  କିନ୍ତୁ ହାର୍ ନମାନି ଗାଁର ପିଲାମାନେ କିପରି ପାଠ ପଢିବେ ସେଥି ପାଇଁ ସେ ଆରମ୍ଭ କରିଥିଲେ ଚାଟଶାଳୀ। ତେବେ ଗୋବିନ୍ଦ ସାରଙ୍କ ଏଭଳି କାର୍ଯ୍ଯ ପାଇଁ ବେଶ ଗର୍ବିତ ଗ୍ରାମବାସୀ। ତେବେ ଏହି ନିଃସ୍ବାର୍ଥପର କାର୍ଯ୍ଯ କରି ସେ ସମାଜ ପାଇଁ ଏକ ଉଦାହରଣ କହିଲେ ଭୁଲ୍ ହେବନାହି।ର୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.