Below header

ଛତ୍ରପୁରର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା , ହାଇକୋର୍ଟର ଦ୍ୱାରସ୍ଥ ହେଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ର

ଛତ୍ରପୁର(କେନ୍ୟୁଜ୍) : ଛତ୍ରପୁରର ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ଭୃଗୁ ବକ୍ସିପାତ୍ର ଓ ଗୋଲକ ମହାପାତ୍ର । ଆଗୁଆ ଜାମିନ ପାଇଁ ଦୁଇ ବିଜେପି ନେତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗତକାଲି ଥାନାରେ ହାଜର ହେବା ପାଇଁ ଛତ୍ରପୁର ପୋଲିସ ଗୋଲକ ମହାପାତ୍ରଙ୍କୁ ନୋଟିସ୍‌ କରିଥିଲା ।

golakaତେବେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୋଲକ ହାଜର ହେବା ପାଇଁ ଏକ ମାସ ସମୟ ମାଗିଥିଲେ । ସେହିପରି ଏହି ମାମଲାରେ ଫେବ୍ରୁଆରି ୯ ତାରିଖରେ ହାଜର ହେବା ପାଇଁ ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କୁ ପୋଲିସ ନୋଟିସ କରିଛି ।

baxsipatra

୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ବିଜେଡି କାଉନସିଲ୍‌ର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ କିଛି ଦୁର୍ବୃତ୍ତ ତାଙ୍କ ବାସଭବନ ଆଗରେ ହତ୍ୟା କରିଥିଲେ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୃଷ୍ଣ ନାୟକଙ୍କୁ ୨୦୧୭ ଅକ୍ଟୋବର ୨୮ରେ ଉତ୍ତରାଖଣ୍ଡରୁ ଗିରଫ କରିଥିଲା ପୋଲିସ । ୨୦୧୭, ନଭେମ୍ବର ଏକ ତାରିଖରେ ହତ୍ୟା ମାମଲାରେ ଛତ୍ରପୁର ଥାନାରେ ହାଜର ହୋଇଥିଲେ ଗୋଲକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.