ଆନ୍ଧ୍ରପ୍ରଦେଶ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ହତ୍ୟା ଘଟଣା , ଦୁର୍ଦ୍ଦାନ୍ତ ମାଓବାଦୀ ଡମ୍ବୁରୁ ଖିଲ ଗିରଫ

କୋରାପୁଟ(କେନ୍ୟୁଜ୍) : କୋରାପୁଟରେ ଏନ୍‌ଆଇଏ ଟିମ୍‌ । ଗିରଫ ଦୁର୍ଦ୍ଦାନ୍ତ ମାଓବାଦୀ ଡମ୍ବୁରୁ ଖିଲକୁ ନେବା ପାଇଁ କୋରାପୁଟ ଆସିଛି ଏନ୍‌ଆଇଏ ଟିମ୍‌ । ଆନ୍ଧ୍ରପ୍ରଦେଶ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ହତ୍ୟା ଘଟଣାରେ ଦୁର୍ଦ୍ଦାନ୍ତ ମାଓ ମିଲିସିଆ ଡମ୍ବୁରୁ ଖିଲକୁ ଗିରଫ କରାଯାଇଛି । କୋରାପୁଟ ପାଡୁଆ ଥାନା ଅଞ୍ଚଳରୁ ଡମ୍ବୁରୁ ଖିଲକୁ ଗିରଫ କରିଛି କୋରାପୁଟ ପୋଲିସ । ଗତ ସେପ୍ଟେମ୍ବର ୨୩ ତାରିଖରେ ଟିଡିପି ବିଧାୟକ କିଦାରି ସର୍ବେଶ୍ୱର ରାଓ ଓ ପୂର୍ବତନ ବିଧାୟକ ସିବିରି ସୋମାଙ୍କୁ ହତ୍ୟା କରାଯାଇଥିଲା । ଏକ ସଭାରେ ଯୋଗଦେବା ପାଇଁ ଯାଉଥିବା ବେଳେ କିଛି ମାଓବାଦୀ ତାଙ୍କ ଗାଡ଼ିକୁ ଅଟାଇଥିଲେ । ଏହା ପରେ ବିଧାୟକ ବସିଥିବା ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.