Below header

ମହିଳାଙ୍କ ପାଇଁ ଖୁବ୍‌ ଲାଭକାରୀ କେଶର ପାଣି, ଜାଣନ୍ତୁ କଣ ରହିଛି ଏଥିରେ ଫାଇଦା

ଔଷଧୀୟ ଗୁଣରେ ପୂର୍ଣ୍ଣ କେଶର ସେବନ କରିବା ଦ୍ବାରା ସ୍ବାସ୍ଥ୍ଯ ଜନିତ ସମସ୍ଯା ଦୂର ହୋଇଥାଏ। ଏଥିରେ ଗରମ ପ୍ରଭାବ ରହିଥିବାରୁ ଏହାକୁ ଥଣ୍ଡା ସମୟରେ ସେବନ କରାଯାଇଥାଏ। ଜାଣନ୍ତୁ କେଶର ପାଣି ପିଇବାରେ କଣ ଲାଭ ହୋଇଥାଏ। ଏହାକୁ ଲଗାତର ୫ଦିନ ସେବନ କରିବା ଦ୍ବାରା ଆପଣ ଏଥଇରେ ଫରକ ଜାଣି ପାରିବେ ।

waterକିପରି ସେବନ କରିବେ କେଶର ପାଣି

କେଶରର କିଛି ଅଂଶକୁ ଗରମ ପାଣିରେ ୫-୭ ମିନିଟ ଭିଜାଇ ରଖନ୍ତୁ। ସକାଳୁ ଖାଲି ପେଟରେ ଏହାକୁ ସେବନ କରନ୍ତୁ। ଏହାକୁ ଲଗାତର ୧୫ଦିନ କରିବା ପରେ ଏହାର ପ୍ରଭାବ ଆପଣ ଦେଖିବାକୁ ପାଇବେ। ଉଭୟ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ବଢ଼ାଇବାରେ ଏହା ଖୁବ୍‌ ଉପଯୋଗୀ ।
କେଶର ପାଣିରେ ବହୁଳ ପରିମାଣରେ ପୋଷକ ତତ୍ତ୍ୱ ରହିଥାଏ, ଯାହା ମହିଳାମାନଙ୍କର ମାସିକ ଧର୍ମରୁ ଆରମ୍ଭ କରି ସୌନ୍ଦର୍ଯ୍ଯ ଜନିତ ସମସ୍ଯା ଦୂର କରିବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ-ଏ,ଫଲିକ୍‌ ଏସିଡ୍‌, ପୋଟାସିୟମ, କ୍ଯାଲସିୟମ, ମାଙ୍ଗାନିଜ, ଜିଙ୍କ୍‌ ଏବଂ ମ୍ଯାଗନେସିୟମ ଆଦି ରହିଥାଏ। କେଶର ମଧ୍ଯ ଡିପ୍ରେସନ ଜନିତ ସମସ୍ଯା ଦୂର କରିବାରେ ସାହାଯ୍ଯ କରିଥାଏ।

waterକେଶର ପାଣି ପିଇବା ଦ୍ବାରା ମିଳିଥାଏ ସୁନ୍ଦର ତ୍ବଚା :

କେଶରରେ ଥିବା ଔଷଧୀୟ ଗୁଣ ତ୍ବଚାର ନମନୀୟତା ଏବଂ ସୌନ୍ଦର୍ଯ୍ୟ ବଢ଼ାଇବାରେ ସାହାଯ୍ଯ କରିଥାଏ।
ମୁହଁର ସମସ୍ଯା ଦୂର କରେ
ଯଦି ଆପଣଙ୍କ ମୁହଁରେ ବ୍ରଣ ଆଦିର ସମସ୍ଯା ରହିଛି ଏଥିରେ ବ୍ଯସ୍ତ ନହୋଇ ଲଗାତର କେଶର ପାଣି ସେବନ କଲେ ଏହି ସମସ୍ଯା ଦୂର କରି ପାରିବେ।

କେଶ ଝଡ଼ିବା କମ କରିଥାଏ :
ଋତୁ ପରିବର୍ତ୍ତନ ସହିତ କେଶ ଝଡ଼ିବାର ସମସ୍ଯା ଦେଖାଯାଇଥାଏ କିନ୍ତୁ କେଶର ପାଣି ସେବନ କରିବା ଦ୍ବାରା ଆପଣଙ୍କର ଏହି ସମସ୍ଯା ଦୂର ହୋଇ ପାରିବ। ୧୦ଦିନ ସେବନ କରିବା ପରେ କେଶ ଝଡ଼ିବା ବନ୍ଦ ହେବା ସହିତ ମଜବୁତ୍‌ ମଧ୍ଯ କରିଥାଏ।

ଥଣ୍ଡାକୁ ମଧ୍ଯ ଦୂର କରିଥାଏ କେଶର :
କେଶରରେ ଗରମ ପ୍ରଭାବ ଥିବାରୁ ଥଣ୍ଡା ସମୟରେ ଏହାକୁ ସେବନ କଲେ ଆପଣଙ୍କୁ ଲାଭ ମିଳିଥାଏ। ଏକ କପ୍‌ କେଶର ବଟର୍‌ ଥଣ୍ଡା ଭଲ କରିବା ସହ ସଂକ୍ରମଣ ଜନିତ ସମସ୍ଯା ଦୂର କରିଥାଏ। ଆପଣ ଚାହିଁଲେ ଦିନରେ ଏହାକୁ ଦୁଇ ଥର ସେବନ କରିପାରିବେ।

safforn3ମାସିକ ଧର୍ମ :
କିଛି ମହିଳାଙ୍କର ମାସିକ ଧର୍ମ ସଠିକ ଭାବେ ହୋଇନଥାଏ। ଏହି ସମୟରେ ଆପଣ କିଛି ଦିନ ପୂର୍ବରୁ କେଶର ସେବନ କରନ୍ତୁ। ଯଦି ଆପଣଙ୍କର pcos ଜନିତ ସମସ୍ଯା ରହିଥାଏ ତାହେଲେ ମଧ୍ଯ ଆପଣ ଏହାର ସେବନ କରିପାରିବେ। ମାସିକ ଧର୍ମରେ ଯଦି ଆପଣଙ୍କର ଅଧିକ ମାତ୍ରାରେ ରକ୍ତସ୍ରାବ ହୋଇଥାଏ ତାହେଲେ ପ୍ରଥମ ଦିନ ଏହାକୁ ସେବନ କରନ୍ତୁ। ଏଥିରେ ଆପଣଙ୍କର ପିଠି, ଅଣ୍ଟା ଏବଂଶରୀର ଯନ୍ତ୍ରଣା ମଧ୍ଯ କମିଥାଏ ।

ଅଧିକ ଲାଭକାରୀ ହୋଇଥାଏ କେଶର :

ଦିନର ଆରମ୍ଭ ଚା କିମ୍ବା କଫି ଅପେକ୍ଷା କେଶର ପାଣିରେ ଆରମ୍ଭ କରନ୍ତୁ । ଏହା ଦ୍ବାରା ସ୍ବାସ୍ଥ୍ଯ ଜନିତ ଅନେକ ସମସ୍ଯା ଦୂର ହୋଇଥାଏ।

ମିଠାର ଲୋଭ କମାଇବ :

ମିଠା ଖାଇବା ସମସ୍ତଙ୍କୁ ପସନ୍ଦ । ତେବେ କିଛି ମହିଳାଙ୍କୁ କୌଣସି କାରଣରୁ ମିଠା ଖାଇବା ପାଇଁ ମନା କରାଯାଇଥାଏ । ନିୟମିତ କେଶର ପାଣି ପିଇବା ଦ୍ବାରା ଆପଣଙ୍କର ମିଠା ପ୍ରତି ଥିବା ଅଧିକ ଆସକ୍ତି କମ୍‌ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.