ବିଳମ୍ୱିତ ରାତିରେ ମାତିଲେ ଦୁର୍ବୃତ୍ତ, ମନ୍ଦିରରୁ ଲୁଟିନେଲେ ୪ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା

ଜଳେଶ୍ୱର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଥିବା ୧୦ଟି ମନ୍ଦିରରୁ ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଲୁଟିନେଲେ ସୁନାଗହଣା । ଏଠାରେ ଥିବା ମନ୍ଦିର ଗୁଡିକର ତାଲା ଭାଙ୍ଗି ୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ସମେତ ନଗଦ ଟଙ୍କା ଏବଂ ଆସବାବପତ୍ର ଲୁଟି ନେଇଛନ୍ତି।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ସିଂଲା ଥାନା ଅନ୍ତର୍ଗତ ଲଙ୍ଗଳେଶ୍ଵର ହରପାର୍ବତୀ ମନ୍ଦିର , ହନୁମାନ ମନ୍ଦିର , ଲକ୍ଷ୍ମୀନାରାୟଣ ମନ୍ଦିର , ସାର୍ଥା ଗ୍ରାମରେ ଥିବା ୪ଟି ଶିବ ମନ୍ଦିର , ନୁଣକୁଣ୍ତି ଗ୍ରାମରେ ଥିବା ଶନି ମନ୍ଦିର ଏବଂ ବାଲିଆପାଳ ଥାନା ଅନ୍ତର୍ଗତ ପଞ୍ଜୁପାଲି ଗ୍ରାମରେ ଥିବା ତାରିଣୀ ମନ୍ଦିର ର ତାଲା ଭାଙ୍ଗି ଅଳଙ୍କାର , ଦାନହୁଣ୍ତି ଭାଙ୍ଗି ନଗଦ ଟଙ୍କା ଏବଂ ଆସବାବପତ୍ର ଲୁଟି ନେଇଛନ୍ତି। ଆଜି ସକାଳେ ମନ୍ଦିରର ପୂଜକ ଏବଂ ସ୍ଥାନୀୟ ଲୋକେ ମନ୍ଦିର ଗୁଡିକ ର ତାଲା ଭଙ୍ଗା ଯାଇଥିବା ଦେଖି ପୋଲିସ କୁ ଖବର ଦେବାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ତେବେ ବାରମ୍ବାର ଏହି ଅଞ୍ଚଳରେ ଚୋରି ବୃଦ୍ଧି ପାଉଥିବାରୁ ରାତି ରେ ପେଟ୍ରୋଲିଂ କୁ କଡାକଡି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.