ଆକ୍ସନ ମୋଡରେ ବୌଦ୍ଧ ଜିଲ୍ଲାପାଳ: କାର୍ଯ୍ଯରେ ଅବହେଳା ପାଇଁ ୪ କର୍ମଚାରୀଙ୍କ ବନ୍ଦ କଲେ ଦରମା

ବୌଦ୍ଧ (କେନ୍ୟୁଜ): ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କ ଅଚାନକ ହରଭଙ୍ଗା ତହସିଲ ଅଫିସ ପରିଦର୍ଶନ କରିଥିଲେ । ସେ ଅଫିସ୍‌ର ହାଜିରା ରେଜିଷ୍ଟର ଓ କ୍ୟାସ୍‌ ବୁକ୍‌ ଯାଞ୍ଚ କରିଥିଲେ। ତେବେ ହାଜିରା ରେଜିଷ୍ଟରରେ ଦସ୍ତଖତ ଅନିୟମିତତା ଓ କ୍ୟାସବୁକ୍‌ ଅପଡେଟ ହୋଇନଥିବା ଦେଖିବାକୁ ପାଇଥିଲେ। ଏପରି ଅନିୟମିତତା ଦେଖିଲା ପରେ ଜିଲ୍ଲାପାଳ ସାଙ୍ଗେ ସାଙ୍ଗେ ଆକ୍ସନ ନେଇଥିଲେ।

ତେବେ କାର୍ଯ୍ଯଳୟରେ ଅନୁପସ୍ଥିତ ଥିବା ୪ ଜଣ କିରାଣୀ ଏବଂ ଜଣେ ପିଅନଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ। ତା ସହିତ ହରଭଙ୍ଗା ତହସିଲଦାରଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ତେବେ କିଛି ଦିନ ପୂର୍ବରୁ ବାଉଁସୁନୀ ମେଡିକାଲରେ ଚଢ଼ାଉ କରି ୪ ଜଣ ଡାକ୍ତରଙ୍କ ଦରମା ବନ୍ଦ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । କର୍ମଚାରୀ ମାନେ କିପରି ସଠିକ୍‌ ଭାବରେ କାମ କରିବେ ଏବଂ ଲୋକଙ୍କ ସେବା କରିବେ ସେ ନେଇ ଜିଲ୍ଲାପାଳ ପ୍ରତ୍ୟେକ ଦିନ ବିଭିନ୍ନ କାର୍ଯ୍ଯଳୟ ପରିଦର୍ଶନ କରୁଥିବା ସହିତ କର୍ମଚାରୀଙ୍କୁ ତାଗିଦ୍‌ ମଧ୍ୟ କରୁଛନ୍ତି ।

ସୂଚନାରୁ ପ୍ରକାଶ, ବୌଦ୍ଧ ଜିଲ୍ଲାରେ ଥିବା ସରକାରୀ ଅଫିସ୍‌କୁ କର୍ମଚାରୀମାନେ ଠିକ୍‌ ସମୟରେ ଆସୁନଥିବା ଅଭିଯୋଗ ହୋଇଥିଲା। ଯେଉଁଥିପାଇଁ ଦୂରଦୂରାନ୍ତରୁ ଆସୁଥିବା ଗରିବ ଲୋକମାନେ ସେବା ପାଇବାରୁ ବଞ୍ଚିତ ହେଉଥିଲେ। ନାନା ହଇରାଣ ହରକତ ହେଉଥିଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଉଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.