ସ୍ୱାମୀ ସ୍ତ୍ରୀକୁ ଆକ୍ରମଣ କରି ହାତଗୋଡ଼ ବାନ୍ଧିଦେଲେ ୫ ଡକାୟତ, ନଗଦ ଟଙ୍କା ସହିତ ଲୁଟିନେଲେ ୫ଲକ୍ଷ ମୂଲ୍ଯର ସୁନାଗହଣା

ଆଳି(କେନ୍ୟୁଜ): ସ୍ୱାମୀ ସ୍ତ୍ରୀକୁ ଆକ୍ରମଣ କରିବା ସହ ହାତଗୋଡ଼ ବାନ୍ଧି ସୁନା ଗହଣା ଲୁଟ୍‌। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ବଡ଼ଆଙ୍କୁଅ ଗାଁରେ ଏହି ଘଟଣା ଘଟିଛି। କାଲି ବିଲମ୍ବିତ ରାତିରେ ଜଣଙ୍କ ଘରେ ୫ଜଣ ପଶି ସଶସ୍ତ୍ର ଡକାୟତି କରିଛନ୍ତି। ଘରେ ଥିବା ପାଖାପାଖି ୫ଲକ୍ଷ ଟଙ୍କାର ସୁନାଗହଣା ସହ ଟଙ୍କା ଲୁଟି ନେଇଛନ୍ତି। ଘର ମାଲିକ ସାଧୁଚରଣ ମହାଳିକ ଓ ତାଙ୍କ ପତ୍ନୀ ରାତିରେ ପରିସ୍ରା ଯିବାପାଇଁ ଘରର ଗ୍ରୀଲ ଖୋଲିଥିଲେ।

୫ଜଣ ଡକାୟତ ଦୁଇଜଣଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଘର ଭିତରକୁ ପଶି ଥିଲେ। ଘରେ ପଶିବା ପରେ ସାଧୁଚରଣ ଓ ତାଙ୍କ ପତ୍ନୀଙ୍କ ହାତ ଗୋଡ଼କୁ ବାନ୍ଧି ମରଣାସ୍ତ୍ରରେ ଆକ୍ରମଣ କରି ଗଡ଼ରେଜ ଚାବି ମାଗିଥିଲେ। ଚାବି ମିଳିବା ପରେ ଡକାୟତମାନେ କଳାକାନା ବୁଲାଇଦେଇଥିଲେ। ଚିକିତ୍ସା ପାଇଁ ଘର ମାଲିକ ଓ ତାଙ୍କ ପତ୍ନୀ ଗୁରୁତ୍ୱର ଅବସ୍ଥାରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।

୨ଦିନ ତଳେ ଆଳି ନୂଆବଜ଼ାରରୁ ଦୁଇଟି ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଚୋରି ହୋଇଥିଲା। ଏନେଇ ପୋଲିସକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.