ରାଉରକେଲା ସରକାରୀ ଡାକ୍ତରଖାନାରୁ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା (କେନ୍ୟୁଜ): ମେଡିକାଲରୁ ଝୁଲନ୍ତା ମୃତଦେହ ଉଦ୍ଧାର । ରାଉରକେଲା ସରକାରୀ ଡାକ୍ତରଖାନାରୁ ଚିକିତ୍ସାଧୀନ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତକ କୁଆରମୁଣ୍ଡା ବ୍ଲକ ରିଉ ଗ୍ରାମର ୪୦ବର୍ଷୀୟ ସହର ଝରା । ସେ ଅସ୍ଥିଶଲ୍ୟ ବିଭାଗ ବେଡ ନମ୍ବର ୯୨ରେ ଚିକିତ୍ସାଧୀନ ଥିଲେ । ସକାଳୁ ବର୍ଣ୍ଣ ଓ୍ଵାର୍ଡ ସମ୍ମୁଖ ଝରକା ରେଲିଙ୍ଗରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଥିବା ବେଳେ ରଘୁନାଥପାଲି ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ମାମଲାର ତଦନ୍ତ ଲାଗି ଏକ କମିଟି ଗଠନ କରିଛନ୍ତି । ହସ୍ପିଟାଲର ବିଭିନ୍ନ ଓ୍ଵାର୍ଡରେ ସିସିଟିଭି କ୍ୟାମେରା ସହ ସୁରକ୍ଷା କର୍ମୀ ନିୟୋଜିତ । ଏଥିସତ୍ତ୍ୱେ ମେଡିକାଲରେ ଆତ୍ମହତ୍ୟା ଘଟଣା ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.