ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ବ୍ରଜରାଜନଗର(କେନ୍ୟୁଜ): ବ୍ରଜରାଜନଗର ଉପନିର୍ବାଚନ ପାଇଁ  ପ୍ରାର୍ଥୀ ଘୋଷଣା କଲା ବିଜେପି। ଦଳ ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡାଙ୍କୁ ପୁଣି ପ୍ରାର୍ଥୀ କରିଛି। ତାଙ୍କ ନାଁ ଉପରେ ବିଜେପି କେନ୍ଦ୍ରୀୟ କମିଟିର ମୋହର ବାଜିଛି। ୨୦୧୪ରେ ରାଧାରାଣୀ ପଣ୍ଡା ବ୍ରଜରାଜନଗର ଆସନରୁ ବିଜେପି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ତେବେ ୨୦୧୯ ନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ବ୍ରଜରାଜନଗରରୁ ପ୍ରାର୍ଥୀ କରିଥିଲା। ତେବେ ରାଧାରାଣୀ ପଣ୍ଡା ସ୍ୱର୍ଗତ କିଶୋର କୁମାର ମହାନ୍ତିଙ୍କ ଠାରୁ ପରାଜିତ ଯାଇଥିଲେ। ବିଜେପି ପ୍ରଥମ ଦଳ ଭାବେ ଆଜି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ ଏଯାଏଁ ସେମାନଙ୍କ ପ୍ରାର୍ଥୀ ଘୋଷଣା କରି ନାହାନ୍ତି। ତେବେ  ବିଜେଡି କାହାକୁ ଏଠାରୁ ପ୍ରାର୍ଥୀ କରିବ, ତାକୁ ନେଇ ଜାରି ରହିଛି ସସ୍‌ପେନ୍ସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.