ଭୁବନେଶ୍ୱର ରେଲୱେ ଷ୍ଟେସନରେ କୋଣାର୍କ ଏକ୍ସପ୍ରେସରୁ ଜବତ ହେଲା ୧୨ କୋଟିର ସୁନା, ୪ ଅଭିଯୁକ୍ତ ଅଟକ

ଭୁବନେଶ୍ୱର(କେନ୍ଯୁଜ୍): ୧୨ କୋଟିର ସୁନା ଜବତ। ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଜବତ ହେଲା ୩୨କେଜିରୁ ଅଧିକ ସୁନା। ସୁନା ଅଳଙ୍କାର ଗୁଡିକ ମୁମ୍ବାଇରୁ ଟ୍ରେନ୍‌ ଯୋଗେ ଭୁବନେଶ୍ୱର ଆସୁଥିବାବେଳେ GRP ହାତରେ ଧରା ପଡିଥିଲା। ଘଟଣାରେ ୪ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି।

କୋଣାର୍କ ଏକ୍ସପ୍ରେସରେ ୪ ଜଣ ଅଭିଯୁକ୍ତ ଆସି ଭୁବନେଶ୍ୱର ଷ୍ଟେସନରେ ଓହ୍ଲାଇଥିଲେ। ୪ଟି ବ୍ୟାଗରେ ସୁନା ଭର୍ତ୍ତି କରି ଷ୍ଟେସନ ବାହାରକୁ ଆସୁଥିବାବେଳେ GRP ହାତରେ ଧରାପଡିଥିଲେ। ପ୍ରତି ବ୍ୟାଗରେ ୮ କେଜି ସୁନା ପ୍ୟାକ୍‌ ହୋଇଥିଲା। ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.