ରାଜଧାନୀରୁ ୬ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି ନୋଟ୍ ଜବତ, ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବିପୁଳ ପରିମାଣର ଜାଲ୍ ନୋଟ୍। ପ୍ରାୟ ୬ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଖରବେଳନଗର ନିକଟ ଅ଼ଞ୍ଚଳରୁ ଜବତ କରିଛି କମିଶନରେଟ୍ ପୋଲିସ। ଗଞ୍ଜାମରୁ ଟଙ୍କା ତିଆରି ମେସିନ୍ ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଜବତ ସମସ୍ତ ନୋଟ୍ ୨ଶହ ଟଙ୍କିଆ ଥିବା ସୂଚନା ମିଳିଛି।