ଲାଲବାଗ ପୋଲିସ୍ ହାତରେ ଛିନତାଇ ଗ୍ୟାଙ୍ଗ, ଲେଡି କିଙ୍ଗପିନ୍ ସହ ୪ଗିରଫ

କଟକ: ଲେଡି କିଙ୍ଗପିନ୍ ଗିରଫ। ଲାଲବାଗ ପୋଲିସ ହାତରେ ଛୀନତାଇ ଗ୍ୟାଙ୍ଗ। ଏହି ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ୍। ଖାଲି ସେତିକି ନୁହେଁ ଏହି ଗ୍ୟାଙ୍ଗଠାରୁ ପାଖାପାଖି ୧୮ ଗ୍ରାମ ସୁନା ସହିତ ନଗଦ ୧୩ ହଜାର ଟଙ୍କା ଜବତ କରାଯାଇଛି। ଏହାସହିତ ଗୋଟିଏ ବାଇକ, ଏକ ସ୍କୁଟିକୁ ମଧ୍ଯ ଜବତ କରିଛି ପୋଲିସ୍।

lady looteraଏହି ଛୀନତାଇ ଗ୍ୟାଙ୍ଗଙ୍କର ମୁଖ୍ଯତଃ ମୋବାଇଲ ଫୋନ, ସୁନା ଚେନ ଥିଲା ଟାର୍ଗେଟ। ମୁଥୁଟ, ମାନାପୁରମ ଆଦି ସୁନା ଋଣ ପ୍ରଦାନକାରୀ ସଂସ୍ଥା ରେ ଲୁଟ୍ କରୁଥିବା ସୁନାକୁ ଏମାନେ ବନ୍ଧକ ରଖୁଥିଲେ । ସୁନା ରଖି ଲୋନ ଟଙ୍କାରେ ଅଏସ କରୁଥିଲେ ଏହି ଗ୍ୟାଙ୍ଗ ସଦସ୍ୟ। ଏହି ଗ୍ୟାଙ୍ଗର ଲେଡି କିଙ୍ଗ ପିନ ନାଁରେ ପୂର୍ବରୁ ରହିଛି ୬ ମାମଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.