ନୂଆବର୍ଷରେ ଫେସବୁକ୍ କଲା ନୂଆ ଅପଡେଟ୍, ଆଉ ଆପଣ କରିପାରିବେନି ଭେରିଫାଏଡ ପେଜକୁ ଲାଇକ୍

ନୂଆବର୍ଷ ଆରମ୍ଭରୁ ଫେସବୁକ୍ ନିଜର ଲେଆଉଟ ପରିବର୍ତ୍ତନ କରିଛି। ଏହା ସହିତ ପବ୍ଲିକ ପେଜ୍ ରୁ Like ବଟନ ହଟାଇ ଦିଆଯିବ। ଆପଣ ନିଜର ପ୍ରିୟ ଫେସବୁକ୍ ପେଜରେ ଲାଇକ କରିପାରିବେ ନାହିଁ।

ଟେକସାଇଟ୍ telecomtalk ଅନୁସାରେ ଫେସବୁକ୍ ପକ୍ଷରୁ ସମସ୍ତ ଭେରିଫାଏଡ ପେଜରୁ ଲାଇକ୍ ବଟନ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ବଦଳରେ ୟୁଜର୍ସଙ୍କୁ ନିଜର ପସନ୍ଦିତା ପେଜ୍କୁ ଫଲୋ କରିବାକୁ ହେବ। ଏହି ପରିବର୍ତ୍ତନ ଦ୍ବାରା ଲୋକଙ୍କ ମଧ୍ୟରେ ଅଧିକ ପରିଚୟ ସୃଷ୍ଟି ହେବ।
ସୂଚନା ମୁତାବକ, ଫେସବୁକ ନିଜର ଲେଆଉଟରେ ପରିବର୍ତ୍ତନ କରିଛି। ଏବେସମସ୍ତ ପବ୍ଲିକ ଏବଂ ପ୍ରାଇଭେଟ ଫେସବୁକ୍ ପେଜରେ ଫରକ ଦେଖିପାରିବେ। ଏହାଛଡା ସମସ୍ତ ଭେରିଫାଏଡ ପେଜ ପାଇଁ ସ୍ବତନ୍ତ୍ର ନ୍ଯୁଜ ଫିଡ୍ ସେକ୍ସନକୁ introduce କରିଛି। ଏହି ନୂଆ ଡିଜାଇନ ଦ୍ବାରା ଭେରିଫାଏଡ ଲୋକ ଏବଂ ସାଧାରଣ ୟୁଜର୍ସ ମଧ୍ୟରେ ଏନଗେଜମେଣ୍ଟ ଏବଂ ଇଣ୍ଟ୍ରାରକ୍ସନ ହେବ।

facebook

କୌଣସି ଭେରିଫାଏଡ ଆକାଉଣ୍ଟ କିମ୍ବା ପେଜରୁ କିଛି ନୂଆ ଅପଡେଟ୍ ହେବ ତେବେ କଣ୍ଟେଣ୍ଟ ଫେସବୁକ ପେଜରେ ଦେଖାଯିବା ପରିବର୍ତ୍ତେ ନ୍ଯୁଜ ଫିଡରେ ନଜର ଆସିବ। ସାଧାରଣ ୟୁଜର୍ସ ଫଷଲା କରିବା ପାଇଁ ଅପଡେଟ୍ ନ୍ଯୁଜ ଫଇଡରେ ଦେଖିପାରିବେ। କୌଣସି ନୂଆ ଅପଡେଟ୍ରେ ୟୁଜର୍ସ ସିଧା ନ୍ଯୁଜ ଫିଡ୍ରେ ଇଣ୍ଟ୍ରାକ୍ସନ କରିପାରିବେ।

ଫେସବୁକ ସମସ୍ତ ଭେରିଫାଏଡ ଆକାଉଣ୍ଟରୁ Like ବଟନ ହଟାଇବା ପାଇଁ ନିଷ୍ପତ୍ତି ନେଇଛି। ଫେସବୁକ୍ କହିବାନୁଯାୟୀ, ଏବେ ଆପଣ କେବଳ ପେଜ ଫଲୋ କରିପାରିବେ। ପେଜରେ ହେବାକୁ ଥିବା ଅପଡେଟ୍ ଆପଣ ସିଧାସଳଖ ନ୍ଯୁଜ ଫିଡରେ ଦେଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.