ମାଲବାହୀ ଟ୍ରେନ୍‌କୁ ପଛରୁ ଧକ୍କା ଦେଲା ଆଉ ଗୋଟିଏ ଟ୍ରେନ୍‌, ୯ଟି ଓ୍ଵାଗନ୍‌ ଲାଇନ୍‌ଚ୍ୟୁତ ଓ ଲୋକୋ ପାଇଲଟ୍‌ ଗୁରୁତର

ବଣାଇ (କେ ନ୍ୟୁଜ୍‌) : ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅନ୍ତର୍ଗତ ବିମଳାଗଡ଼ ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା । ତାଳଚେର-ବିମଳାଗଡ଼ ଷ୍ଟେସନ୍ରେ ମାଲବାହୀ ଟ୍ରେନ୍କୁ ପଛରୁ ଧକ୍କା ଦେଲା ଆଉ ଏକ ମାଲବାହୀ ଟ୍ରେନ । ଟ୍ରେନର ଦୁଇ ଲୋକ ପାଇଲଟ୍ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏହି ମାଲବାହୀ ଟ୍ରେନ୍‌ର ୯ଟି ଓ୍ଵାଗନ୍‌ ଲାଇନ୍‌ଚ୍ୟୁତ ହୋଇଛି ।

TRAIN DERAIL

ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବା ସହ ଆହତ ଲୋକୋ ପାଇଲଟ୍‌ଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ପଛ ଟ୍ରେନ୍‌ର ବ୍ରେକ୍‌ ଫେଲ୍‌ ହେବା ଯୋଗୁଁ ଏହି ଦୁର୍ଘଟଣାର ଘଟିଥିବା କୁହାଯାଉଛି ।  କିଛି ସମୟ ପୂର୍ବରୁ ଏହି ଦୁର୍ଘଟଣା ଘଟିଛି ।

TRAIN DERAIL-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.