କଟକରୁ ଭୁବନେଶ୍ୱର ଫେରିବା ବାଟରେ ପାହାଳ ମିଠା ବଜାରରେ ଅଟକି ରସଗୋଲା ଖାଇଲେ ରାଜ୍ୟପାଳ

କଟକ(କେନ୍ୟୁଜ୍) : ଗୁରୁବାର ଅପରାହ୍ନରେ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭୁବନେଶ୍ୱର ରାଜଭବନ ଫେରୁଥିବାବେଳେ ଜାତୀୟ ରାଜପଥ ପାହାଳ ମିଠା ବଜାରରେ ଅଟକି ପାହାଳ ରସଗୋଲା ଖାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ganeshi lal

ଦିନ ୨ ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଫେରୁଥିବା ବେଳେ ରାଜ୍ୟପାଳଙ୍କ ଗାଡି ହଠାତ ଅଟକି ଥିଲା। ରାଜ୍ୟପାଳ ରସଗୋଲା ଖାଇବା ସହିତ ଏକ ମିଠା ପ୍ୟାକେଟ ସାଙ୍ଗରେ ଧରି ଫେରିଥିଲେ। ରାଜ୍ୟପାଳ ପାହାଳ ମିଠାର ସ୍ୱାଦ ଓ ମାନକୁ ପ୍ରଶଂସା କରିଥିଲେ। ପାହାଳ ମିଠା ବ୍ୟବସାୟୀ ସଂଘ ପକ୍ଷରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.