Below header

ଦିନିକିଆ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶିଲାଲ୍

କନ୍ଧମାଳ (କେନ୍ୟୁଜ୍) : ରାଜ୍ୟପାଳ ପ୍ରଫେସର ଗଣେଶିଲାଲ୍ ଦିନିକିଆ କନ୍ଧମାଳ ଗସ୍ତରେ ଆସି ବିଭିନ୍ନ କାର‌୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ରଘୁନାଥପୁର ବ୍ଲକ ଜୟପୁରରେ ପହଞ୍ଚି ବୟନ ଗାଁ ପରିଦର୍ଶନ କରିଥିଲେ। ସେଠାରେ ବୁଣାକାର ମାନଙ୍କ ସହ ଆଲୋଚନା କରିଥିଲେ। ପରେ କୁଜଙ୍ଗ ବ୍ଲକ ରଘୁନାଥ ନୋଡାଲ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀର ସାମରୋହରେ ଯୋଗ ଦେଇଥିଲେ। ବାଲିକୁଦା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ କର୍ତ୍ତବ୍ୟପରାୟଣ ହେବା ସହ ସଂଯମତା ରକ୍ଷା କରିବା ପାଇଁ ଉପଦେଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସାଂସଦ କୁଳମଣି ସାମଲ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.