ଉପଦେଶ ନୁହେଁ ଅଚ୍ୟୁତ ସାମନ୍ତଙ୍କ ଭଳି କାମରେ କରି ଦେଖାଅ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

କଟକ (କେନ୍ୟୁଜ୍‌) : ମହା ସମାରୋହରେ ପାଳିତ ହୋଇଛି କଟକ ଗବବସ୍ତ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ମୋ’ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚି ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ବାସିନ୍ଦା ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ବିଦ୍ୟାଳୟ ପରିସରରେ ଏକ ନୂତନ ଲାଇବ୍ରେରୀ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ। ଜଗନ୍ନାଥ ସଂସ୍କୃତିର ମହତ୍ୱ ଓ ଗଭୀରତାକୁ ଅନୁଭବ କଲେ ଆଗକୁ ବଢିବା ସହଜ ହେବ ବୋଲି ରାଜ୍ୟପାଳ କହିଥିଲେ। ଛାତ୍ରଛାତ୍ରୀ ସ୍ୱପ୍ନ ଦେଖିବା ନିହାତି ଜରୁରି ବୋଲି କହିଥିଲେ ।

ନିଜ ଅଭିଭାଷଣରେ କିଟ୍‌ ଓ କିସ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା କରିଥିଲେ ରାଜ୍ୟପାଳ। କହିଥିଲେ, କେବଳ ପ୍ରୋଗ୍ରେସ କର ବୋଲି ଉପଦେଶ ନଦେଇ, ବାସ୍ତବ ଅଗ୍ରଗତି, ଉନ୍ନତି, ସଫଳତା କଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ବୁଝାଇବା ଦରକାର ବୋଲି ରାଜ୍ୟପାଳ କହିଛନ୍ତି । ସଫଳତା କଣ ଡ. ଅଚ୍ୟୁତ ସାମନ୍ତଙ୍କ ଘରକୁ ଯାଇ ପଚାରନ୍ତୁ ବୋଲି କହିଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌।

ରାଜ୍ୟରେ ମୋ ସ୍କୁଲ ଅଭିଯାନ ଷଷ୍ଠ ବର୍ଷରେ ପଦାର୍ପଣ କରିଛି । ମୋ’ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚି କହିଛନ୍ତି, ରାଜ୍ୟର ୫୪ ହଜାର ବିଦ୍ୟାଳୟ ଭିତରୁ ୫୦ ହଜାରରୁ ଊର୍ଦ୍ଧ୍ଵ ବିଦ୍ୟାଳୟରେ ଅନେକ ପ୍ରକଳ୍ପ ଆଗକୁ ବଢିଛି । ଆଗାମୀ ଏକ ବର୍ଷ ଭିତରେ ସମସ୍ତ ୫୪ ହଜାର ବିଦ୍ୟାଳୟରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଆଗକୁ ବଢିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.