ଦୁଇ ଦିନିଆ କୋରାପୁଟ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

କୋରାପୁଟ(କେନ୍ୟୁଜ୍): ଦୁଇ ଦିନିଆ କୋରାପୁଟ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । କୋରାପୁଟ ସର୍କିଟ ହାଉସରେ ରାଜ୍ୟପାଳଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଆଜି ଅପରାହ୍ନରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏଥିରେ ସ୍ୱାଧୀନତା ଆନ୍ଦୋଳନରେ ଜନଜାତିଙ୍କ ଭୂମିକା ଶୀର୍ଷକ ଉପରେ ଆଲୋଚନା କରାଯିବ ।

କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ କେନ୍ଦ୍ର ଅନୁସୂଚିତ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାୟକ ଓ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରାଳୟ ଟ୍ରାଇଫାଇଡର ଉପାଧ୍ୟକ୍ଷ ପବିତ୍ର କୁମାର କଅଁର ମୁଖ୍ୟବକ୍ତା ଭାବେ ଯୋଗଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.