ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ(କେନ୍ୟୁଜ୍): ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପୁରୀ ବେଳାଭୂମିରେ ବାଲୁକା କଳା । ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ବାଲୁକାକଳା ମାଧ୍ୟମରେ ମହାରାଣୀଙ୍କର ଏକ ରଙ୍ଗୀନ ପ୍ରତିମୂର୍ତ୍ତିି କରି ତାଙ୍କର ସ୍ମୃତି ଚାରଣ କରିଛନ୍ତି । ଏହି ବାଲୁକା କଳା କଳାପ୍ରେମୀ ଓ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଛି ।

ସୂଚନା ଥାଉକି, ବ୍ରିଟେନର ଦୀର୍ଘତମ ଶାସନ କରୁଥିବା ରାଣୀ ଏଲିଜାବେଥଙ୍କ ଦେହାନ୍ତ ହୋଇଛି। ସେ  ୯୬ ବର୍ଷ ବୟସରେ ଦେହାନ୍ତ କରିଛନ୍ତି । ଏନେଇ  ବକିଙ୍ଗହମ୍ ପ୍ୟାଲେସ୍ ତରଫରୁ ସୂଚନା ମିଳିଛି। ବକିଙ୍ଗହମ୍ ପ୍ୟାଲେସ୍ ଏକ ପ୍ରେସ ବିବୃତ୍ତିରେ କୁହାଯାଇଥିଲା ଯେ ଗତ ୮ ତାରିଖ ଅପରାହ୍ନରେ ବାଲମୋରାଲରେ ରାଣୀ ଶାନ୍ତିରେ ଚୀରନିଦ୍ରାରେ ଯାଇଥିଲେ।  ରାଜ ପରିବାର ଟ୍ବିଟରେ କୁହାଯାଇଥିଲା ଯେ ‘ଗତ  ୮ ତାରିଖ ଅପରାହ୍ନରେ ବାଲ୍ମୋରାଲରେ ରାଣୀ ଶାନ୍ତିପୂର୍ଣ୍ଣ ଭାବେ ମୃତ୍ୟୁବରଣ କରିଥିଲେ।

ରାଣୀ ଏଲିଜାବେଥ୍ ଦ୍ୱିତୀୟ ରାଜା ଜର୍ଜ ଷଷ୍ଠ ଏବଂ ରାଣୀ ଏଲିଜାବେଥଙ୍କର ପ୍ରଥମ ସନ୍ତାନ । ତାଙ୍କ ପିତାଙ୍କ ମୃତ୍ୟୁ ପରେ ଫେବୃଆରୀ ୧୯୫୨ ରେ ସେ ବ୍ରିଟେନର ରାଣୀ ତଥା ଅନ୍ୟାନ୍ୟ କମନୱେଲଥ ଦେଶର ହୋଇଥିଲେ। ସେ ସମୟରେ ତାଙ୍କୁ ୨୫ ବର୍ଷ ହୋଇଥିଲା । ସେ ନଭେମ୍ବର ୧୯୪୭ ରୁ ଏପ୍ରିଲ ୨୦୨୧ ରେ ପ୍ରିନ୍ସ ଫିଲିପଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଗ୍ରୀସ ଏବଂ ଡେନମାର୍କର ପୂର୍ବତନ ରାଜକୁମାର ଫିଲିପ ମାଉଣ୍ଟବ୍ୟାଟେନଙ୍କୁ ବିବାହ କରିଥିଲେ। ଦୁହିଁଙ୍କର ଚାରି ସନ୍ତାନ ଥିଲେ: ଚାର୍ଲ୍ସ, ୱେଲ୍ସର ପ୍ରିନ୍ସ; ଆନ୍, ରାଜକୁମାରୀ ରୟାଲ୍; ପ୍ରିନ୍ସ ଆଣ୍ଡ୍ରୁ, ଡ୍ୟୁକ୍ ଅଫ୍ ୟର୍କ; ଏବଂ ପ୍ରିନ୍ସ ଏଡୱାର୍ଡ, ୱେସେକ୍ସର ଆର୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.