Below header

କାମ ନାହିଁ ତ ଦରମା ନାହିଁ, କଡା ଆଭିମୁଖ୍ୟ ଗ୍ରହଣ କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର(କେନ୍ଯୁଜ୍) : କାମ ନକଲେ ମିଳିବନାହିଁ ଦରମା। ଏପରି କଡା ଆଭିମୁଖ୍ୟ ଗ୍ରହଣ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆନ୍ଦୋଳନରତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିରୋଧରେ ଏପରି କାର୍ଯ୍ଯନୁଷ୍ଠାନ ପାଇଁ ବିଭାଗ ନିଷ୍ପତ୍ତି ନେଇଛି। ଚାକିରି ସର୍ତ୍ତାବଳୀ, ପୂର୍ଣ୍ଣ ଅନୁଦାନ ଓ ସପ୍ତମ ବେତନ କମିସନ ସୁପାରିଶ ଭିତ୍ତିରେ ଦରମା ପ୍ରଦାନ ଆଦି ଦାବିରେ ବ୍ଳକ୍‌ ଗ୍ରାଣ୍ଟ ଅଧ୍ୟାପକ ଓ ଶିକ୍ଷକମାନେ ଦୀର୍ଘଦିନ ଧରି ଆନ୍ଦୋଳନ ଚଳାଇଛନ୍ତି ।  ଫଳରେ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି। ଶିକ୍ଷକ ସମସ୍ୟାର ସମାଧାନ ପାଇଁ ମନ୍ତ୍ରୀ ସ୍ତରୀୟ ବୈଠକରେ ମଧ୍ୟ ଆଲୋଚନା ହୋଇଥିଲା । ହେଲେ ଏଥିରୁ କିଛି ସୁଫଳ ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.