ବଳଦ ଗଧୋଇବା ହେଲା କାଳ, ପୋଖରୀରେ ବୁଡ଼ି ଜେଜେବାପା ଓ ନାତୀ ମୃତ 

ନବରଙ୍ଗପୁର(କେନ୍ୟୁଜ୍):  ପୋଖରୀରେ ବୁଡ଼ି ଜେଜେ ବାପା ଓ ନାତୀ ମୃତ।  ଘଟଣାଘଟିଛି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ପଞ୍ଚାୟତର କାନାଗୁଡା ଗ୍ରାମରେ। କାନାଗୁଡା ଗ୍ରାମର ଜେଜେବାପା ଲବ ହରିଜନ (୬୪) ଓ ତାଙ୍କର ୯  ବର୍ଷୀୟା ନାତୀ ୟାସ ହରିଜନ ଚାଷ ଜମିକୁ ଯାଇଥିଲେ।  ଅପରାହ୍ନରେ ଚାଷ କାର୍ଯ୍ୟ ସାରି ବଳଦକୁ ଗାଧୋଇବାକୁ ଜେଜେବାପା – ନାତୀ ନିକଟସ୍ଥ ଛଞ୍ଚାଣଗୁଡା ସ୍ଥିତ ପୋଖରୀକୁ ଯାଇଥିଲେ। ବହୁ ସମୟ ହେବ ସେମାନେ ନଫେରିବାରୁ ପୋଖରୀରେ ପରିବାର ବର୍ଗ ଓ ଗ୍ରାମବାସୀ ଖୋଜାଖୋଜି କରିଥିଲେ।ଲୋକେ ସେମାନଙ୍କ ପିନ୍ଧିଥିବା କପଡାକୁ ଦେଖି ଅଗ୍ନିଶମ ବାହିନୀଙ୍କୁ ଡାକିଥିଲେ।

କୋଷାଗୁମୁଡା ଅଗ୍ନିଶମ ବାହିନୀ ପହଂଚି ପୋଖରୀରେ ଖୋଜିଲା ପରେ ପ୍ରଥମେ ନାତୀ ୟାସ ଓ ପରେ ଜେଜେବାପା ଲବ ହରିଜନଙ୍କୁ ଉଦ୍ଧାର କରି କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି l ଘଟଣାକୁ ନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.