Below header

ବଢିଲା ଅନୁଦାନପ୍ରାପ୍ତ ଘରୋଇ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ-ଏଡ , ପିଛିଲା ଭାବେ ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ

କେନ୍ୟୁଜ୍(ବ୍ୟୁରୋ): ଅନୁଦାନପ୍ରାପ୍ତ ଘରୋଇ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ-ଏଡ ବୃଦ୍ଧି । ଏହା ପିଛିଲା ଭାବେ ୨୦୨୨ ମସିହା ଜାନୁଆରୀ ପହିଲାରୁ ଲାଗୁ ହେବ । ଏହାଦ୍ୱାରା ୧୫,୭୭୧ ଜଣ ଶିକ୍ଷକ, କର୍ମଚାରୀ ଉପକୃତ ହେବ । ଏଥିପାଇଁ ବାର୍ଷିକ ଅତିରିକ୍ତ ୨୯୦ କୋଟି ଖର୍ଚ୍ଚ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ଏହା ୨୦୨୩ ମସିହାରେ ପ୍ରଥମ ରାଜ୍ୟ କ୍ୟାବିନେଟ ବୈଠକ । ୯ଟି ବିଭାଗରେ ମୋଟ ୧୨ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ମାରିଥିବା ସୂଚନା ମିଳିଛି । ଗ୍ରାମୀଣ ପାଇପ ଜଳ ଯୋଗାଣରେ ଯାଜପୁର ଜିଲ୍ଲା ପାଇଁ ଦୁଇଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଯାଜପୁରର ବରୀ ଓ କୋରେଇ ବ୍ଲକରେ ଦୁଇଟି ପ୍ରକଳ୍ପ କାର୍ଯ୍ୟ ୫ ବର୍ଷରେ ସରିବ । ସେହିପରି ନୟାଗଡ଼ର ଦଶପଲ୍ଲା, ଗଣିଆ ଓ ନୂଆଗାଁରେ ହେବ ତିନିଟି ପ୍ରକଳ୍ପ ।

 

ମାଲକାନଗିରିର ୫ଟି ପାନୀୟ ଜଳ ପ୍ରକଳ୍ପକୁ ମୋହର ମିଳିଛି । ଓବିସି କମିଶନ ଆଇନରେ ହେବ ସଂଶୋଧନ । ଜଳେଶ୍ୱର ଗୋବରୀଘାଟର ସୁବର୍ଣ୍ଣରେଖା ନଦୀରେ ବ୍ରିଜ ନିର୍ମାଣ ହେବ । ୩୬ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରହିଛି। ଏହା ସହ ଓବିସି କମିସନ ଆଇନରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି।

ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ଅଧିନିୟମରେ ସଂଶୋଧନ ହେବ । କେନ୍ଦ୍ରର ଓବିସି ତାଲିକାରେ ଥିବା ଓଡ଼ିଶାର ୨୨ଟି ଜାତି-ସଂପ୍ରଦାୟ ରାଜ୍ୟର ଏସଇବିସି ତାଲିକାରେ ସାମିଲ କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ । ରାଜ୍ୟରେ କର୍କଟ ରୋଗୀଙ୍କ ବିଶ୍ରାମ ଘର ନିର୍ମାଣ ପାଇଁ ବାଗଚି ଶ୍ରୀଶଙ୍କର କର୍କଟ ଚିକିତ୍ସା କେନ୍ଦ୍ର ଏବଂ ଅନୁସନ୍ଧାନ ପ୍ରତିଷ୍ଠାନକୁ ଖୋର୍ଦ୍ଧାର ଚାନ୍ଦିହାତ ଠାରେ ୨ଏକର ଜମି ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । …

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.