ଭାରତ ଯୋଡ଼ ଯାତ୍ରା ପରେ କଂଗ୍ରେସ ପୁଣି ଆରମ୍ଭ କରିବ ଆଉ ଏକ ଅଭିଯାନ, ବିଜେପି ପାଇଁ ବଢ଼ିପାରେ ଅଡୁଆ

ନୂଆଦିଲ୍ଲୀ : କଂଗ୍ରେସ ପାର୍ଟିର ଭାରତ ଯୋଡ ଯାତ୍ରା ପରେ ଦଳଆଉ  ଆଉ ଏକ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହି ଅଭିଯାନ ଆସନ୍ତା ମାସେ ଯାଏ ଚାଲିବ । କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ,ସାଂସଦ କେସୀ ବେଣୁଗୋପାଳ ସହିତ ଅନ୍ୟ ନେତାମାନେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏଥିସହିତ କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ‘ଚାର୍ଜସିଟ’ ମଧ୍ୟ ଦଳ ଜାରି କରିଛି ।

କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି, ‘ଆମର ବିରୋଧ ମୋଦି ସରକାରର ବିଫଳତାକୁ ନେଇ ।’ ‘ହାତ ସେ ହାତ ଯୋଡ’ ଅଭିଯାନ ଭାରତ ଯୋଡ ଅଭିଯାନର ଦ୍ୱିତୀୟ ଦଫା ଆନ୍ଦୋଳନ । ଭାରତ ଯୋଡ ଅଭିଯାନରେ ରାହୁଳ ଗାନ୍ଧି ବିଚାରଧାରା ଆଧାରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏହାର ନିର୍ବଚାନ ସହ କିଛି ଦେଣ ନେଣ ନାହିଁ । ହେଲେ ‘ହାତ ସେ ହାତ ଯୋଡ ’ ଅଭିଯାନ ମୋଦି ସରାକାରଙ୍କ ବିଫଳତାକୁ ନେଇ, ଯାହା ସମ୍ପୁର୍ଣ୍ଣ (୧୦୦%) ରାଜନୈତିକ ବୋଲି ରମେଶ କହିଛନ୍ତି ।

କଂଗ୍ରେସ ସାଂସଦ ବେଣୁଗୋପାଳ କହିଛନ୍ତି, ‘ହାତ ସେ ହାତ ଯୋଡ’ ଅଭିଯାନ ୨୬ ଜାନୁଆରୀ ରୁ ଆରମ୍ଭ ହେବ । ଯାତ୍ରାର ଲକ୍ଷ୍ୟ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚା ଯିବ । ଲୋକଙ୍କ ନିକଟରେ ଏହାକୁ ପହଞ୍ଚାଇବା ପାଇଁ ଘରେ ଘରେ ଅଭିଯାନ ଚଳାଯିବ । ଆଜି ଆମେ ମୋଦି ସରକାର ବିରୋଧରେ ଚାର୍ଜସିଟି ଜାରି କରିଛୁ ବୋଲି ବେଣୁଗୋପାଳ କହିଛନ୍ତି । କାରଣ ଭାରତ ଯୋଡ ଯାତ୍ରାର ୧୩୦ ଦିନ ପରେ କଂଗ୍ରେସ ଦେଶର ଲୋକଙ୍କ ଠାରୁ ବହୁତ ସମର୍ଥନ ମିଳିଛି । ଲୋକେ ରାହୁଳଙ୍କ ସହ କଥା ମଧ୍ୟ ହୋଇଛନ୍ତି ବୋଲି ବେଣୁଗୋପାଳ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.