ରାଉରକେଲା: କଳାବଜାରୀଙ୍କ ପାଇଁ ଉତ୍ତମ ସମୟ ପାଲଟିଛି ଲକଡାଉନ, ଚଢା ଦରରେ ବିକୁଛନ୍ତି ପିଡ଼ିଏସ ଚାଉଳ, ଜବତ କଲା ଯୋଗାଣ ବିଭାଗ

ରାଉରକେଲା(କେନ୍ୟୁଜ) : ସାରା ଦେଶ କରୋନା ବିରୋଧରେ ଲଢ଼ୁଥିବା ବେଳେ ରାଉରକେଲା ରେ କେତେକ ବ୍ୟବସାୟୀ ଉଠାଉଛନ୍ତି ଏହାର ଫାଇଦା। ରାଉରକେଲା ରେ ଆରମ୍ଭରୁ ସରକାରୀ ପିଡ଼ିଏସ ଚାଉଳ ର କଳାବଜାରୀ।ଖୋଲା ଖୋଲି ଭାବେ ବଜାରରେ କଳାବଜାରୀ କରୁଥିଲେ ସେକ୍ଟର ୧୯ ଆମବାନ ମାର୍କେଟରେ ଦୁଇ ବ୍ୟବସାୟୀ । ଆଜି ସକାଳୁ କିଛି ସ୍ଥାନୀୟ ଲୋକ ବଜାରକୁ ଖାଦ୍ୟ ସାମଗ୍ରୀ ଆଣିବାକୁ ଯାଇଥିବା ବେଳେ ସରକାରୀ ଚାଉଳ କଳା ବଜାରୀ ହେଉଥିବାର ଦେଖିବାକୁ ପାଇଥିଲେ। ଲୋକଙ୍କୁ ସରକାରୀ ପିଡ଼ିଏସ ଚାଉଳ ଚଢା ଦାମରେ ବିକ୍ରି କରୁଥିଲେ।

ଏହା ବିଷୟରେ ଲୋକମାନେ ସେକ୍ଟର ୧୯ ପୋଲିସ ସହ ସପ୍ଲାଏ ବିଭାଗ କୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଏବଂ ସପ୍ଲାଏ ବିଭାଗ ମିଳିତ ଚଢ଼ାଉ କରି ୨୦ ବସ୍ତା ରୁ ଅଧିକ ଗଛିତ ସରକାରୀ ଚାଉଳ ଜବତ କରିଥିଲେ।

ଏହି ଚାଉଳ ସେକ୍ଟର ୫ ର ଜଣେ କଣ୍ଟ୍ରୋଲ ଦୋକାନୀ ବିକ୍ରି କରିଥିବାର ସୂଚନା ମିଳିଛି। ସପ୍ଲାଏ ବିଭାଗର ଅବହେଳା ଯୋଗୁଁ ରାଉରକେଲା ରେ କଳା ବ୍ୟବସାୟୀ ରେକେଟ ସକ୍ରିୟ ରହୁଛି। ସରକାରୀ ଯୋଜନାର ଦୁରୂପଯୋଗ ବିରୋଧରେ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ଲୋକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.