ଡିଜେ ସାଉଣ୍ଡ ହେଲା କାଳ ! ବରଯାତ୍ରୀ ଯିବାବେଳେ ହୃଦଘାତରେ ବରର ପିତାଙ୍କ ମୃତ୍ୟୁ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରିରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ପୁଅର ବାହାଘର ଦିନ ଚାଲିଗଲା ବାପାଙ୍କ ଜୀବନ। ବାହାଘର ଆରମ୍ଭ ହେବା ପୂର୍ବରୁ ଘଟିଗଲା ଅଘଟଣ। ବରଯାତ୍ରୀ କନ୍ୟା ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବରର ପିତାଙ୍କ ଅଚାନକ ମୃତ୍ୟୁ ଘଟିଥିଲା।

ସୁଦୂର ଦିଲ୍ଲୀରୁ ମହେନ୍ଦ୍ର ରୋହିଲାଙ୍କ ପୁଅ ଅଙ୍କିତ ରୋହିଲା ମାଲକାନଗିରିର ଜଣେ ଝିଅକୁ ଫେସବୁକରେ ଭଲ ପାଇ ବସିଲେ। ଦୁହିଁ ମଧ୍ୟରେ ଘନିଷ୍ଠତା ବଢିବାପରେ ଉଭୟେ ଜୀବନ ସାଥୀ ହେବା ନେଇ ନିଷ୍ପତ୍ତି ନେଲେ। ଦୁହିଁଙ୍କ ପରିବାର ମଧ୍ୟରେ ବୁଝାମଣା ମଧ୍ୟ ସରିଲା। ଝିଅଟିର ବାପା ନଥିବା ବେଳେ ମାଆ ସବୁ କଥା ବୁଝୁଥିଲେ। ତେବେ ପୁଅ ଅଙ୍କିତର ପରିବାର ଏବଂ ସମ୍ପର୍କୀୟ ଦିଲ୍ଲୀରୁ ମାଲକାନଗିରି ଆସି ଏଜ ହୋଟେଲରେ ରହିଲେ। ରାତିରେ ବାହାଘର ଥିବାରୁ ବରଯାତ୍ରୀ ହୋଟେଲରୁ ଡିଜେ ବାଜା ବଜାଇ କନ୍ୟା ଘରକୁ ଯିବାକୁ ସଜବାଜ ହେଲେ।

ଡିଜେ ବଜାରେ ସହର କମ୍ପୁଥିଲା। ଏହି ସମୟରେ ହଠାତ ବରର ବାପା ମହେନ୍ଦ୍ରଙ୍କ ହୃଦଘାତରେ ମୃତ୍ୟୁ ହୋଇଗଲା।ତୁରନ୍ତ ମେଡ଼ିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।  ପରେ ହୋଟେଲକୁ ପୋଲିସ ପହଁଞ୍ଚି ପରିସ୍ଥିତିକୁ ବୁଝିବା ସହ ସମସ୍ତଙ୍କୁ ବୁଝାସୁଝା କରିଥିଲେ। ଏହି ଘଟଣା ପ୍ରଚାର ହେବା ପରେ ସହରରେ ଭିଡ଼ ଜମିଥିଲା। ପୋଲିସ କୌଣସି ମାମଲା ରୁଜୁ ନକରି ବର ପିତାର ଶବକୁ ହସ୍ତାନ୍ତର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.