ଖୋଲୁଛି କୁବେର ପେଡି, ଜିଏସଟି ଅତିରିକ୍ତ କମିଶନରଙ୍କର ରହିଛି ୧୧ଟି ପ୍ଲଟ, ୬ଟି ବିଳାସପୂର୍ଣ କାର

ଯାଜପୁର ରୋଡ୍(କେନ୍ୟୁଜ୍): କୋଟିପତି ସିଟି ଜିଏସଟି ଅତିରିକ୍ତ କମିଶନର ପିୟୁଷକାନ୍ତ ପାଣି । ପିୟୁଷଙ୍କର ଠାବ ହୋଇଥିବା ୧୧ ଟି ପ୍ଲଟର ଦାମ ଆନୁମାନିକ ୩ କୋଟି ୭୦ ଲକ୍ଷ ଟଙ୍କା ହେବ । ପିୟୁଷଙ୍କ ପ୍ଲଟ ଓ ଫ୍ଲାଟର ମାପ ଓ ମୂଲ୍ୟ ନିର୍ଦ୍ଧାରଣ କରୁଛି ଭିଜିଲାନ୍ସର ଟେକ୍ନିକାଲ ବିଭାଗ । ୫୩ ଲକ୍ଷ ୬୩ ହଜାର ଟଙ୍କାର ବ୍ୟାଙ୍କ ଓ ଇନ୍ସୁରାନ୍ସ ଡିପୋଜିଟ ରହିଛି । ୩୮୭ ଗ୍ରାମ ସୁନା ଠାବ ହୋଇଛି ।

୬ଟି ବିଳାସପୂର୍ଣ୍ଣ କାର ସମେତ ୧୧ ଟି ସ୍ଥାନରେ ପ୍ଲଟ ଥିବା ନେଇ ମଧ୍ୟ ସୂଚନା ମିଳିଛି । ତାଙ୍କ ଏକାଧିକ ବାଇକ ଠାବ କରାଯାଇଛି । ଏହି ଚଢ଼ାଉ କାର୍ଯ୍ଯରେ ୫ ଜଣ ଡିଏସପି ଏବଂ ୧୧ ଜଣ ଇନିସପେକ୍ଟର ସାମିଲ ରହିଛନ୍ତି। ତେବେ ପିୟୁସ ଭିଜିଲାନ୍ସକୁ ତଦନ୍ତ ରେ ସହଯୋଗ କରୁନଥିବା ସୂଚନା ମିଳିଛି । ତାଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ ଟିମ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.