କମିଶନରେଟ୍ ପୋଲିସ୍ କବଜାରେ ବନ୍ଧୁକ ଚାଲାଣକାରୀ, ୩ଟି ବନ୍ଧୁକ ଜବତ

କଟକ କମିଶନରେଟ୍ ପୋଲିସ୍ କବଜାରେ ବନ୍ଧୁକ ଚାଲାଣକାରୀ । ପୁଣି କଟକରୁ ଧରାପଡିଲା ୩ଟି ବନ୍ଧୁକ । ମୁଖ୍ଯ ଅଭିଯୁକ୍ତ ଗୋଲ୍ଡେନ୍ ସିଂହକୁ ବିହାରରୁ ଗିରଫ କଲା ପୋଲିସ୍ ।

କଟକ : କଟକ କମିଶନରେଟ୍ ପୋଲିସ୍ କବଜାରେ ବନ୍ଧୁକ ଚାଲାଣକାରୀ । ପୁଣି କଟକରୁ ଧରାପଡିଲା ୩ଟି ବନ୍ଧୁକ । ମୁଖ୍ଯ ଅଭିଯୁକ୍ତ ଗୋଲ୍ଡେନ୍ ସିଂହକୁ ବିହାରରୁ ଗିରଫ କଲା ପୋଲିସ୍ । ୩ଟି ବନ୍ଧୁକ,୩ଟି ଗୁଳି ସହ ଏକ ମୋବାଇଲ ଜବତ ହୋଇଛି ।

ଷ୍ଟ୍ରିଟ୍ କ୍ରାଇମ୍ ଏବଂ  ବେଆଇନ୍ ଅସ୍ତ୍ରଶସ୍ତ୍ର କାରବାର ରୋକିବାକୁ ଷ୍ଟ୍ରିଟ୍ କ୍ରାଇମ୍ ପ୍ରିଭେନସନ୍ ୟୁନିଟ୍ ଆରମ୍ଭ କରିଥିବା ସ୍ପେଶାଲ୍ ଡ୍ରାଇଭରେ ଏଭଳି ସଫଳତା ପାଇଛି କଟକ କମିଶନରେଟ୍ ପୋଲିସ୍ । କିଛିଦିନ ତଳେ କଟକ ଜଗତପୁର ଥାନା ପୋଲିସ୍ ୫ଟି ବନ୍ଧୁକ ଧରିଥିବା ବେଳେ ଏହି ଲିଙ୍କରେ କମିଶନରେଟ୍  ପୋଲିସର ସ୍ବତନ୍ତ୍ର ଟିମ୍ ବିହାର ମୁଙ୍ଗେର ଯାଇ ବନ୍ଧୁକ କାରବାରର ମୁଖ୍ଯ କିଙ୍ଗପିନ୍ ଗୋଲ୍ଡେନ୍ ସିଂହକୁ ଗିରଫ କରିଛି ।

ଏହା ସହ ତାର ସହଯୋଗୀ ଓ୍ବାସିମ୍ ଖାନକୁ ମଧ୍ଯ  ଗିରଫ କରିଛି ପୋଲିସ୍ । ବିହାର ଏସଟିଏଫ୍ ସହଯୋଗରେ ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ୍ । ଅଭିଯୁକ୍ତମାନେ କଟକ, ଖୋର୍ଦ୍ଧା, ଜଗତସିଂହପୁର ଏବଂ  ଝାରସୁଗୁଡା ଜିଲ୍ଲାକୁ ବନ୍ଧୁକ ଚାଲାଣ କରୁଥିଲେ । ଏହା ସହ ଅଭିଯୁକ୍ତମାନଙ୍କ ନାଁରେ ଏକାଧିକ ମାମଲା ଥିବା ପୋଲିସ୍ ଜାଣିବାକୁ ପାଇଛି ।

 

 


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.