ସୁନା ବନ୍ଧକ ରଖିଥିବା ଗ୍ରାହକଙ୍କୁ ନ ଜଣାଇ ସୁନା ନିଲାମ କରିଦେଲା ଘରୋଇ ଫାଇନାନ୍ସ ସଂସ୍ଥା

ଘରୋଇ ଫାଇନାନ୍ସ ସଂସ୍ଥାରେ ସୁନା ବନ୍ଧକ ରଖିଥିଲେ । ବିନା ନୋଟିସ୍‌ରେ ସୁନା ନିଲାମ କରିଦେଲେ ଫାଇନାନ୍ସ ସଂସ୍ଥା । ପ୍ରାଇଭେଟ ଫାଇନାନ୍ସ ସଂସ୍ଥାରେ ସୁନା ପକାଇ ଋଣ ନେଲେ । ସୁଧ ଟଙ୍କା ବି ଦେଲେ । ମାତ୍ର କୌଣସି ନୋଟିସ ନଦେଇ ଗ୍ରାହକଙ୍କ ଅଜାଣତରେ ସୁନା ନିଲାମ କରିଦେଲେ । ଘରୋଇ ସଂସ୍ଥା ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ଆସିଛି ।

କେନ୍ଦ୍ରାପଡ଼ା(କେନ୍ୟୁଜ୍‌): ଘରୋଇ ଫାଇନାନ୍ସ ସଂସ୍ଥାରେ ସୁନା ବନ୍ଧକ ରଖିଥିଲେ । ବିନା ନୋଟିସ୍‌ରେ ସୁନା ନିଲାମ କରିଦେଲେ ଫାଇନାନ୍ସ ସଂସ୍ଥା । ପ୍ରାଇଭେଟ ଫାଇନାନ୍ସ ସଂସ୍ଥାରେ ସୁନା ପକାଇ ଋଣ ନେଲେ । ସୁଧ ଟଙ୍କା ବି ଦେଲେ । ମାତ୍ର କୌଣସି ନୋଟିସ ନଦେଇ ଗ୍ରାହକଙ୍କ ଅଜାଣତରେ ସୁନା ନିଲାମ କରିଦେଲେ । ଘରୋଇ ସଂସ୍ଥା ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ଆସିଛି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରସ୍ଥିତ ଆଶ୍ରିର୍ବାଦ ମାଇକ୍ରୋ ଫାଇନାନ୍ସ ସୁନା ଋଣ ସଂସ୍ଥା ନାଁରେ ଏପରି ସାଂଘାତିକ ଅଭିଯୋଗ ରାଜନଗର ଥାନାରେ ହୋଇଛି । ଏହି ଘୋଟାଲାର ପୋଲ ନିଜେ ଶାଖା ପରିଚାଳକ ଖୋଲି ଦେଇଛନ୍ତି । ଫାଇନାସ ସଂସ୍ଥାର ଶାଖା ପରିଚାଳକ ଏ ଅନିୟମିିତତା କରିଥିବା ମାନିଛନ୍ତି । ରିଜିଓନାଲ ମ୍ୟାନେଜର ଜୋର ଜବରଦସ୍ତ ଡରାଇ ଧମକାଇ ଏହି ସୁନା ନିଲାମ କରିବାକୁ ବାଧ୍ୟ କରିଥିଲେ ବୋଲି କହିଛନ୍ତି ଫାଇନାନ୍ସ ସଂସ୍ଥା ଶାଖା ପରିଚାଳକ । ପୁଲିସକୁ ବ୍ରାଞ୍ଚ ମ୍ୟାନେଜର ଲେଖିଦେବା ଘଟଣା ସୁନାଋଣ ନାଁରେ ଚାଲିଥିବା କେଳେଙ୍କାରୀକୁ ସାମ୍ନାକୁ ଆଣିଛି ।

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କୋଇଲିପୁର ପଂଚାୟତ ବାର୍ହାପୁର ଗାଁର ଦିଲ୍ଲୀପ କୁମାର ବେହେରାଙ୍କ ପତ୍ନୀ ମୌସୁମୀ ପ୍ରିୟଦର୍ଶନୀ ରାଜନଗରସ୍ଥିତ ଆଶୀର୍ବାଦ ସୁନାଋଣ ସଂସ୍ଥାରୁ ୧୦ ଫେବୃଆରୀ ୨୦୨୩ରେ ୨୦୮ ଗ୍ରାମ ସୁନା ଦେଇ ୮ ଲକ୍ଷ ୮ ହଜାର ଟଙ୍କା ଋଣ ନେଇଥିଲେ । ନଭେମ୍ବର ୨୦୨୩ରେ ସୁଧ ବାବଦକୁ ୧ ଲକ୍ଷ ଟଙ୍କା ଡିପୋଜିଟ ମଧ୍ୟ କରିଛନ୍ତି । ଗତକାଲି ଋଣ ସୁଝି ସୁନା ନେବାକୁ ରାଜନଗରସ୍ଥିତ ସଂସ୍ଥା କାର୍ଯ୍ୟାଳୟରେ ଆସି ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ସଂସ୍ଥାର ଶାଖା ପରିଚାଳକ ତୁମ ସୁନା ନିଲାମ ହୋଇ ସାରିଛି ବୋଲି କହିଥିଲେ । ଆମକୁ ନଜଣାଇ, କୌଣସି ନୋଟିସ ନଦେଇ କିପରି ସୁନା ନିଲାମ କଲ ବୋଲି ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଏ ନେଇ ମୌସୁମୀ ରାଜନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ସଂସ୍ଥାର ଫିଲ୍ଡ ମ୍ୟାନେଜର ଫାଇନାନ୍ସ ସଂସ୍ଥାର ଏରିୟା ମ୍ୟାନେଜର ଓ ରିଜିଓନାଲ ମ୍ୟାନେଜରଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ କରିଛନ୍ତି । ମୋତେ ଚାକିରୀରୁ ତଡିଦେବା ଧମକ ଦେଇ ମୋଠୁ ସୁନା ନେଇଗଲେ । ମୁଁ ଯେତେ କହିଲେ ବି ମୋ କଥା ନଶୁଣି ସଂସ୍ଥାର ଏରିୟା ମ୍ୟାନେଜର ଓ ରିଜିଓନାଲ ମ୍ୟାନେଜର ସୁନାକୁ ଅକ୍ସନ କରିଦେଇଛନ୍ତି ବୋଲି ଫିଲ୍ଡ ମ୍ୟାନେଜର କ୍ୟାମେରା ସାମ୍ନାରେ କହିଛନ୍ତି ।

ତେବେ ବିନା ନୋଟିସ୍‌ରେ ସୁନା ବିକ୍ର ହେବା କଥା ଆଶ୍ଚର୍ଯ୍ୟ ଲାଗୁଛି । ଫାଇନାନ୍ସ ସଂସ୍ଥାର ଏପରି ମନମୁଖି କାର୍ଯ୍ୟ ପାଇଁ ଆଜି ଋଣ ନେଇଥିବା ବ୍ୟକ୍ତି ଅସୁବିଧାର ସମ୍ମୁଖୀନ ହେବା ସହ ତାଙ୍କ ସୁନା ଗହଣା ହରାଇଛନ୍ତି । ତେବେ ପୋଲିସ ଏହାର ତଦନ୍ତ କରି ଉଚିତ୍‌ କାର୍ଯ୍ୟାନୁଷ୍ଠାନ ନେଲେ ମୌସୁମୀଙ୍କ ପରି ଅନ୍ୟ କେହି ଏଭଳି ଠକାମୀର ଶିକାର ହେବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.