ଅନୁଗୋଳ : ୩କୋଟିରୁ ଅଧିକ ଟଙ୍କାର ସ୍ଲରୀ ପାଇପ ଚୋରି କରିନେଲେ ଲୁଟେରା

ଅନୁଗୋଳରେ ବଡ଼ଧରଣର ଚୋରି । ୩ କୋଟିରୁ ଅଧିକ ଟଙ୍କାର ସ୍ଲରୀ ପାଇପ ଚୋରି କରିନେଲେ ଲୁଟେରା ।

ଅନୁଗୋଳ : ଅନୁଗୋଳରେ ବଡ଼ଧରଣର ଚୋରି । ୩କୋଟିରୁ ଅଧିକ ଟଙ୍କାର ସ୍ଲରୀ ପାଇପ ଚୋରି କରିନେଲେ ଲୁଟେରା । ଗୋପାଳପ୍ରସାଦ ଥାନା ଭାଲୁଗାଡିଆ ନିକଟରୁ ହୋଇଛି ବଡ ଧରଣର ଚୋରି । ଡୁଡିପାଣି ଠାରୁ ଜେଏସପିଏଲ ଅନୁଗୋଳ ପର୍ଯ୍ୟନ୍ତ ସ୍ଲରୀ ପାଇପ ଲାଇନ କାମ ଚାଲୁରହିଛି ।

ଗୁଜୁରାଟର ଆଡ଼ଭାନ୍ସ ଇନଫ୍ରାଷ୍ଟ୍ରକ୍ଚର କମ୍ପାନୀ ଏହି ଦାୟିତ୍ବ ନେଇଛି । ଭାଲୁଗାଡ଼ିଆ ନିକଟରେ ସ୍ଲରୀ ପାଇପ ଲାଇନ କାମ ପାଇଁ ପାଇପ ବିଛା ଯାଇଥିବା ବେଳେ ପାଇପ ଚୋରି ହୋଇଛି । ବିଛା ଯାଇଥିବା ପାଇପର ପ୍ରାୟ ୩୨ଶହ ଫୁଟର ପାଇପକୁ ଗ୍ୟାସ କଟରରେ କାଟି ଚୋରି କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩କୋଟି ଟଙ୍କା ହେବ । ଚୋରି ନେଇ କମ୍ପାନୀ ପକ୍ଷରୁ ଥାନାରେ ଏଫଆଇଆର ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.