‘ସରପଞ୍ଚ ଖାଲି ମାରୁ ନାହାନ୍ତି, ଗାଁରୁ ବାସନ୍ଦ ବି କରୁଛନ୍ତି’

ବ୍ରହ୍ମପୁର (କେ ନ୍ୟୁଜ୍‌ ) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ ବେଗୁନିଆପଡ଼ାର ତେନ୍ତୁଳିଆପାଲୀ ଅଞ୍ଚଳରେ ସରପଞ୍ଚଙ୍କ ରାଜ୍‌ ଖବର କେ ନ୍ୟୁଜ୍‌ରେ ପ୍ରସାରିତ ହେବା ପରେ ଏବେ ତାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ତାଙ୍କ ବିରୋଧରେ ପାଟି ଫିଟାଇବାକୁ କୁଆଡ଼େ ଲୋକେ ଡରନ୍ତି । ହେଲେ ସେ ଜଣେ ବୟୋବୃଦ୍ଧ ବ୍ୟକ୍ତିଙ୍କୁ ମାଡ଼ ମାରିବା ଭିଡିଓ ଭାଇରାଲ ହେବା ପରେ ଏବେ ଗାଁ ଲୋକେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି ।

ଖାଲି ମାରୁ ନାହାନ୍ତି, ତାଙ୍କ ବିରୋଧରେ କିଛି ବି କହୁଥିବା ବ୍ୟକ୍ତିଙ୍କୁ ସେ ଗାଁରୁ ବାସନ୍ଦ ବି କରିଛନ୍ତି । ପୋଲିସ୍‌ ପାଖକୁ ଗଲେ ନ୍ୟାୟ ମିଳୁ ନାହିଁ । ପୋଲିସ୍‌ ମଧ୍ୟ ସରପଞ୍ଚଙ୍କ କଥାରେ ଚାଲୁଛି ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି ।

ସରପଞ୍ଚଙ୍କ କଥା ଅବମାନନା କଲେ କୁଆଡ଼େ ପ୍ରଜାକୋର୍ଟରେ ଦଣ୍ଡ ମିଳେ । ସରପଞ୍ଚ ସିଲୁ ସ୍ୱାଇଁ ଏଭଳି ଏକ ଘଟଣାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବାରୁ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା । ଯାହା କେ ନ୍ୟୁଜ୍‌ ହାତରେ ଲାଗିଥିଲା । ଏହା ପରେ ଆସନ୍ତୁ ଶୁଣିବା ଅଭିଯୋଗକାରୀଙ୍କ ପ୍ରତିକ୍ରିୟା । ତେବେ ଅଭିଯୋଗ ନେଇ ସରପଞ୍ଚ ସିଲୁ ସ୍ୱାଇଁଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.