Below header

କଟକରେ ସରିଲା ଜାତୀୟ ଟେବୁଲ ଟେନିସ୍‌ ଚାମ୍ପିିଅନସିପ୍‌ : ଶରତ କମଲ ନବମ ଥର ଚାମ୍ପିଅନ୍‌

କଟକ (କେ ନ୍ୟୁଜ୍‌) : କଟକ ଜବାହର ଲାଲ ଇଣ୍ଡୋର ଷ୍ଟାଡିୟମ୍‌ରେ ଉଦଯାପିତ ହୋଇଛି ୮୦ତମ ସିନିୟର ଜାତୀୟ ଟେବୁଲ ଟେନିସ୍‌ ଚାମ୍ପିିଅନସିପ୍‌ । ଏଥିରେ ପୁଣି ଚମକିଛନ୍ତି ଅନ୍ତର୍ଜାତୀୟ ଟେବୁଲ ଟେନିସ ଷ୍ଟାର ଶରତ କମଲ । ଅଚନ୍ତ ଶରତ କମଲ ନବମ ଥର ପାଇଁ ଜାତୀୟ ସିଙ୍ଗଲ୍ସ ଚାମ୍ପିଅନ୍‌ ହୋଇଛନ୍ତି । ସେହିପରି ମିକ୍ସଡ ଡବଲସରେ ମୋନିକା ବାତ୍ରା ଓ ଏ ଶରତ କମଲ ଚାମ୍ପିଅନ୍‌ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା ସିଙ୍ଗଲ୍ସରେ ଅର୍ଚ୍ଚନା କାମାଥ ଚାମ୍ପିଅନ୍‌ ହୋଇଛନ୍ତି ।

ARCHANA
ଅର୍ଚ୍ଚନା କାମାଥ

ଆଗକୁ ହେବାକୁ ଥିବା ଅନ୍ତର୍ଜାତୀୟ ପ୍ରତିଯୋଗିତା ତଥା ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ପାଇଁ ଏହି ଟୁର୍ଣ୍ଣାମେଣ୍ଟରୁ ଭାରତୀୟ ଦଳ ବଛାଯିବ । ଓଡ଼ିଶା ଟେବୁଲ ଟେନିସ୍‌ ସଂଘ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ଦେଶର ବଛା ବଛା ଖେଳାଳି ଭାଗ ନେଇଥିଲେ । ଆୟୋଜନକୁ ସମସ୍ତେ ଖୁବ୍‌ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.