Below header

ଜାଣନ୍ତୁ କେବେ ପର୍ଯ୍ୟନ୍ତ ହେଲା କାଳିଆ ଯୋଜନାର ଆବେଦନ ତାରିଖ ?

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ୧୫ ତାରିଖକୁ ଘୁଞ୍ଚିଲା କାଳିଆ ଯୋଜନାରେ ଆବେଦନ ତାରିଖ। ଏଥିରେ ଆଉ ୫ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ୧୦ ତାରିଖ ଥିଲା ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ। ଆଜି କାଳିଆ ଯୋଜନାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ବରିଷ୍ଠ ଅଧିକାରୀଙ୍କ ସହ ଯୋଜନାର କାର‌୍ୟ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ।ଏହାପରେ ଆବେଦନ ତାରିଖ ବୃଦ୍ଧି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

kalia 2

ଦ୍ୱିତୀୟ ପର‌୍ୟ୍ୟାୟ ଆବେଦନ ପ୍ରକ୍ରିୟା ୨୫ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୫ ତାରିଖ ପର‌୍ୟ୍ୟନ୍ତ ଚାଲିବ। ଆବଶ୍ୟକ ପଡ଼ିଲେ ତୃତୀୟ ପର‌୍ୟ୍ୟାୟ ଆବେଦନ ପାଇଁ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୋଜନାରୁ ଯେପରି ଜଣେ ବି ଯୋଗ୍ୟ ଚାଷୀ ବାଦ ନପଡ଼ନ୍ତି, ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.