Below header

ଅସହ୍ୟ ତାତିରୁ ଆଶ୍ୱସ୍ତି, ନୂଆପଡ଼ାରେ କୁଆପଥର ମାଡ଼ରେ ବେହାଲ ଚାଷୀ

ନୂଆପଡ଼ା (କେନ୍ୟୁଜ): ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ମାଡ ହୋଇଛି। ଯାହା ଫଳରେ ପ୍ରଚଣ୍ଡ ତାତିରୁ ସିନାପାଲି ଅଞ୍ଚଳବାସୀ ସାମାନ୍ଯ ଆଶ୍ୱସ୍ତି ଲାଭ କରିଛନ୍ତି। ଅପରାହ୍ନ ୨ଟା ପରଠାରୁ ଆରମ୍ଭ ହୋଇଥିଲା କୁଆପଥର ମାଡ଼ । ଦୀର୍ଘ ୪୫ ମିନିଟରୁ ଅଧିକ ସମୟ ଧରି କୁଆପଥର ବର୍ଷା ହୋଇଥିଲା । ଅପରପକ୍ଷେ, ପ୍ରବଳ କୁଆପଥର ମାଡରେ ଅନେକ ଚାଷୀଙ୍କ ପନିପରିବା ଚାଷ ନଷ୍ଟ ହୋଇଥିବା ସୂଚନା ମିଳିଛି।

ସେହିଭଳି ସିନାପାଲି ରବିଧାନ ମଣ୍ଡିକୁ ବିକ୍ରୟ କରିବା ପାଇଁ ଆଣିଥିବା ଚାଷୀଙ୍କ ଧାନ ବର୍ଷାରେ ଭିଜି ଓଦା ହୋଇଯାଇଥିବା ଅଭିଯୋଗ ହୋଇଛି। ସିନାପାଲି ତହସିଲଦାର ମଣ୍ଡିରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.