ବିଶ୍ୱରେ ପ୍ରଥମ, ସାମୁଦ୍ରିକ ଇଷ୍ଟରୁ ବିୟର ପ୍ରସ୍ତୁତ କଲେ ବ୍ୟକ୍ତି

ଯେଉଁମାନେ ବିୟର ପିଅନ୍ତି ସେମାନେ ହୁଏତ ଜାଣିଥିବେଯେ ବିୟର ଇଷ୍ଟରୁ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଜଣେ ବ୍ୟକ୍ତି ସମୁଦ୍ର ପାଣିରୁ ବାହାର କରାଯାଇଥିବା ଇଷ୍ଟରୁ ବିୟର ପ୍ରସ୍ତୁତ କରିଛନ୍ତି । ଏବେ ପର୍ଯ୍ୟନ୍ତ ସମୁଦ୍ର ପାଣିରୁ ବାହାର କରାଯାଇଥିବା ଇଷ୍ଟରୁ ବିୟର ବନେଇବା ଭଳି ପଦକ୍ଷେପ ନେଇନଥିଲେ । ଏହି ବିୟରର ନାଁ Sea Cucumber ବୋଲି ରଖାଯାଇଛି । ଏମିତି ଏକ ଅଦ୍ଭୁତ ପଦକ୍ଷେପ ନେଇଥିବା ପୀଟର ପୁସ୍ତରୀକ ହେଉଛନ୍ତି ଏକାଧାରାରେ ଜଣେ ଇଂଜିନିୟର, ଇକୋଲୋଜିଷ୍ଟ । ଏହା ସହ ଏକ ବିୟର ପ୍ରସ୍ତୁତ କାରି କମ୍ପାନୀରେ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ସେ ସମୁଦ୍ର ପାଣିରୁ ମିଳୁଥିବା “ଇଷ୍ଟ କ୍ୟାଣ୍ଡିଡା ଫାମାଟା”ରୁ ସଫଳତାର ସହ ବିୟର ବନେଇଛନ୍ତି । ଏହା ପରେ ଗତ ବର୍ଷ ସପ୍ଲିଟ ବିଶ୍ୱ ବିଦ୍ୟାଳୟରେ ମରାଇନ ଷ୍ଟଡ଼ିଜରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ।

ଆଉ ଏବେ ନିଜେ ପ୍ରସ୍ତୁତ କରିଥିବା ଏହି ବିୟରକୁ ଅଧିକରୁ ଅଧିକ ପ୍ରସ୍ତୁତ କରି ବ୍ୟବସାୟ କରିବାକୁ ଚାହୁଁଛନ୍ତି । ଏକ ସାକ୍ଷାତ୍କାର ସମୟରେ ବ୍ୟକ୍ତି ଜଣଙ୍କ କହିଛନ୍ତିକି ବିୟର ପ୍ରସ୍ତୁତ କରିବା ତାଙ୍କର ଏକ ସଉକ ଥିଲା । ଏନେଇ ସେ ଅନେକ ବହି ପଢାପଢି ମଧ୍ୟ କରିଥିଲେ । ଆଉ ଜାଣିବାକୁ ପାଇଥିଲେକି ସମୁଦ୍ରରୁ ବାହାର କରାଯାଉଥିବା ଇଷ୍ଟ ବୋଧ ହୁଏ ଆଜି ପର୍ଯ୍ୟନ୍ତ କେହି ବି ବନେଇ ନାହାନ୍ତି । ତେଣୁ ମନେ ମନେ ଚିନ୍ତା କରିଥିଲେକି ସେ ଯଦି ସମୁଦ୍ର ଇଷ୍ଟରୁ ବିୟର ବନାନ୍ତି ତେବେ ସେ ହୁଏତ ଏମିତି କରିବାରେ ବିଶ୍ୱରେ ପ୍ରଥମ ବ୍ୟକ୍ତି ହେବେ । ଏହାକୁ ନେଇ ନିଜ ଅନୁଭୁତିରେ କହିଛନ୍ତିକି ପ୍ରଥମେ ସେ ସମୁଦ୍ରରୁ ଇଷ୍ଟକୁ ବାହାର କରିଥିଲେ । ଏହା ପରେ ଇଷ୍ଟର ଫରମେଣ୍ଟେସନ କ୍ଷମତା ଯାଞ୍ଚ କରି ସବୁଠାରୁ ଭଲ ସାମ୍ପଲ କଲଚର ଏକାଠି କରିଥିଲେ ।

ଆଉ ପରେ ସେହି କଲଚରରୁ ବିୟର ପ୍ରସ୍ତୁତ କରିଥିଲେ । ଏହି କାମରେ ସବୁଠୁ ବଡ ବାଧକ ସାଜିଥିଲେ ସାମୁଦ୍ରିକ ବ୍ୟାକ୍ଟେରିୟା । ଯେଉଁଥିରୁ ଇଷ୍ଟ କଲୋନିୟା ସଂଖ୍ୟା ବଢି ଯାଇଥିଲା । ଆଉ ଏହାଠାରୁ ଇଷ୍ଟ ଗୁଡିକୁ ଅଲଗା କରିବା ବି ଆଦୌ ସହଜ ନଥିଲା । ସେମାନେ ସିଲେକ୍ଟିଭ ନ୍ୟୁଟ୍ରିୟାଣ୍ଟ ମିଡିୟାର ସାହାଯ୍ୟ ନେଇ ବ୍ୟାକ୍ଟେରିୟା ଗୁଡିକର ବଂଶ ବୃଦ୍ଧିକୁ ରୋକିପାରିବେ । ପୀଟର ଏହା ମଧ୍ୟ କହିଛନ୍ତିକି ବିୟରରେ ଲବଙ୍ଗ ଓ ଫଳ ଗୁଡିକର ଆରୋମା ଥିଲା ଓ ଏହି କାରଣରୁ ଏହାର ସ୍ୱାଦ କିଛିଟା ଖଟା ଥିଲା । କିନ୍ତୁ ଏହାର ଟେଷ୍ଟ ସମୁଦ୍ର ପରି ଜମା ବି ନଥିଲା । ପ୍ରାରମ୍ଭିକ ସ୍ତରରେ ଏହି ବିୟରର ନାଁ କୁକୁମ୍ବର ବିୟର ରଖାଯାଇଛି । ପିଟରଙ୍କ କହିବା ଅନୁଯାୟୀ ସାମୁଦ୍ରିକ ଇଷ୍ଟ ମଦ ପ୍ରସ୍ତୁତ କରିବାରେ କାମରେ ଆସିଥାଏ । କିନ୍ତୁ ଏହାକୁ ନେଇ ଆର୍ଥିକ ସ୍ତରରୁ ଆମକୁ ଅଧିକ କିଛିଟା ଚିନ୍ତା କରିବାକୁ ପଡିବ । ଯାହାଦ୍ୱାରା ଏହାକୁ ବ୍ୟବସାୟିକ ଭାବରେ ବନାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.