ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ଇଲେକଟ୍ରୋନିକ ସେଲ୍‌, ଶସ୍ତାରେ ଘରକୁ ଆଣନ୍ତୁ ୫ଜି ସ୍ମାର୍ଟଫୋନ

ଆରମ୍ଭ ହୋଇଯାଇଛି ପୁଣି ଥରେ ଫ୍ଲିପକାର୍ଟର ଇଲେକଟ୍ରୋନିକ ସେଲ। ମେ 24 ତାରିଖରୁ ଏହି ଅଫର ଆରମ୍ଭ ହୋଇଛି। ଯେଉଁଥିରୁ ଆପଣ ନିଜ ଆବଶ୍ୟକ ଜିନିଷ ଖୁବ କମ ଦାମରେ କିଣିପାରିବେ। ଯଦି ଆପଣ ନୂଆ ସ୍ମାର୍ଟଫୋନ ସେ ବି କମ ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ସୁଯୋଗର ଫାଇଦା ଉଠାଇପାରିବେ। ଫ୍ଲିପକାର୍ଟର ଏବେ ଏହି ସେଲ ରେ ଆପଣ ଶସ୍ତା ଦାମରେ ସ୍ମାର୍ଟଫୋନକୁ କିଣିପାରିବେ।

ଫ୍ଲିପକାର୍ଟରେ ଆରମ୍ଭ ହୋଇଛି ଇଲେକଟ୍ରୋନିକ ସେଲ। ସେଲର ଟାଇଟେଲ ଦିଆଯାଇଛି India ka mobile superstore। ଏହି ସେଲରେ ଗ୍ରାହକ ନିଜ ମନ ପସନ୍ଦର ସ୍ମାର୍ଟଫୋନକୁ ବେଷ୍ଟ ଡିଲରେ ପାଇପାରିବେ। ଏହାରି ମଧ୍ୟରେ ଯଦି ଆପଣ ବି ନୂଆ 5G ମଡେଲକୁ କିଣିବାକୁ ଚାହୁଁଛନ୍ତି ତେବେ ଏହି ସୁଯୋଗର ଫାଇଦା ଉଠାଇପାରିବେ।

ଫ୍ଲିପକାର୍ଟ ରଏହି ମେଗା ସେଲ ରେ ଆପଣଙ୍କୁ ରେଡମି ନୋଟ 10 T 5G ମଡେଲ ଶସ୍ତା ଦାମରେ ମିଳିଯିବ। ବଜାରରେ ଏହାର ଦାମ ୧ ୬,୯୯୯ ଟଙ୍କା ଥିବାବେଳେ ଆପଣ ଏହାକୁ ମାତ୍ର ୧୦,୯୯୯ ଟଙ୍କାରେ କିଣିପାରିବେ। ଏଥିରେ 90Hzର ଆଡାପ୍ଟିଭ ଡିସପ୍ଲେ ସହିତ ୪୮ ମେଗାପିକ୍ସେଲ କ୍ୟାମେରା ରହିଛି।

ଏବେ ଜାଣନ୍ତୁ ଏହାର ଫିଚର୍ସ:
ଫୋନରେ 6.5 ଇଞ୍ଚର 1080p LCD ଡିସପ୍ଲେ ଦିଆଯାଇଛି। ଯାହା 90Hz ର ଆଡାପ୍ଟିଭ ରିଫ୍ରେଶ ରେଟ ସହ ବଜାରକୁ ଆସିଛିି। ଏଥିରେ mediate dimensity 700 ଚିପ୍‌ ଦିଆଯାଇଛି। ଏଥିରେ 6GB ର‍୍ୟାମ ଓ 128 GB ର ଷ୍ଟୋରେଜ ରହିଛି।

ରେଡମି ନୋଟ 10T 5G ରେ ଆଣ୍ଡଏଡ ୧୧ରେ କାମ କରେ। ଏଥିରେ ତ୍ରିପଲ ରିୟର କ୍ୟାମେରା ସେଟଅପ ଦିଆଯାଇଛି। ଯେଉଁଥିରେ 48 ମେଗାପିକ୍ସଲର ମେନ କ୍ୟାମେରା, 2ମେଗାପିକ୍ସଲ ମାକ୍ରୋ ଓ ଡେପ୍ଥ ସେନସର ଅଛି। ଗ୍ରାହକ ଏହି ଫୋନକୁ ମେଟାଲିକ ବ୍ଲୁ, ମିନ୍ଟ ଗ୍ରୀନ, କ୍ରୋମିୟମ ହ୍ଵାଇଟ ଓ ଗ୍ରାଫାଇଟ ବ୍ଲାକ କଲର ଭାରିଏଣ୍ଟ ପାଇବେ।

ଏହାବ୍ୟତିତ ଫୋନରେ ସେଲ୍ଫି ପାଇଁ 8 ମେଗାପିକ୍ସଲର କ୍ୟାମେରା ଦିଆଯାଇଛି। ପାଓ୍ଵାର ପାଇଁ ଫୋନରେ 5000mAh ର ବ୍ୟାଟେରୀ ଦିଆଯାଇଛି। ଯାହା 22.5W ଫାଷ୍ଟ ଚାର୍ଜିଂ ସପୋର୍ଟ କରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.