୪ ମାସର ଗର୍ଭବତୀ ଥିବା ନାବାଳିକା ପ୍ରେମିକାକୁ କିରୋସିନ ଢାଳି ଜାଳିଦେଲା ପ୍ରେମିକ, ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ନାବାଳିକାର ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ସବଡେଗା ପୋଷ୍ଟ ଅଫିସ ପଡାର ଘଟିଛି ଏହି ଘଟଣା। ନାବାଳିକା ଜଣଙ୍କ ଯୁବକଙ୍କ ସହ ଏକ ଭଡା ଘରେ ରହୁଥିଲେ । ଉଭୟ ପରସ୍ପରକୁ ଭଲ ପାଉଥିଲେ। ଏହି ଯୁବକ ଜଣଙ୍କର ନା ହେଉଛି ଶ୍ରୀକାନ୍ତ ପ୍ରଧାନ। ତେବେ କୌଣସି କାରଣ ବଶତଃ ଯୁବକ ଜଣଙ୍କ ନାବାଳିକାକୁ କିରୋସିନ ଢାଳି ହତ୍ୟା କରିଥିବା ନେଇ ନାବାଳିକାର ପରିବାର ପକ୍ଷରୁ ଥାନରେ ଅଭିଯୋଗ ହୋଇଛି ।

ଅନ୍ଯପଟେ ଯୁବକ ଜଣକ ଫେରାର ହୋଇଯାଇଥିବା ବେଳେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ନାବାଳିକା ଜଣଙ୍କ ୪ ମାସର ଗର୍ଭବତୀ ଥିବା ମଧ୍ଯ ଜଣାପଡିଛି। ଅନ୍ୟପଟେ ଯୁବକ ଜଣକ ପୂର୍ବରୁ ବିବାହ କରି ନାବଳିକା ସହ ପରକିୟା ପ୍ରୀତି ରଖିଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.