କାଜୁ ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ପରିବାର ଲୋକେ

ମହାକାଳପଡା(କେନ୍ଯୁଜ୍): କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର କାଜୁ ଜଙ୍ଗଲରେ ଝୁଲନ୍ତା ମୃତ ଦେହ ଉଦ୍ଧାର। ମୃତକ ଜଣକ ହେଲେ ରାମନଗର ଗ୍ରାମର ନିମାଇଁ ବିଶ୍ବାସଙ୍କ ପୁଅ ଦେବୁ ବିଶ୍ବାସ। ସୂଚନା ମୁତାବକ କାଜୁ ଜଙ୍ଗଲରେ ଝୁଲନ୍ତା ଅବସ୍ଥାରେ ବିଶ୍ବାସ(୨୪)ଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏନେଇ ପରିବାର ତରଫରୁ ଏହା ଏକ ଯୋଜନାବଦ୍ଧ ହତ୍ଯାକାଣ୍ଡ ବୋଲି ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ଘଟଣାସ୍ଥଳରେ ସାମୁଦ୍ରିକ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.