ସମ୍ବଲପୁରରେ ପୋଲିସର ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ସାହୁ ଓରଫ ଅମିତ ବିହାରୀ ଆହାତ

ସମ୍ବଲପୁର(କେନ୍ୟୁଜ୍):  ସମ୍ବଲପୁରରେ ପୋଲିସର ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଅମିତ ସାହୁ ଓରଫ ଅମିତ ବିହାରୀ ଜଖମ । ତା’ ବାମ ଗୋଡରେ ଗୁଳି ବାଜିଛି । ଅପହରଣ ମାମଲାରେ ଅମିତକୁ ପୋଲିସ ଗିରଫ କରିଛି । ଏଥିସହ ୧୨ ଘଣ୍ଟାରୁ କମ ସମୟ ମଧ୍ୟରେ ଅପହୃତଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ଅପହରଣ ପରେ ଯୁବକଙ୍କୁ ଦୁର୍ବୃତ୍ତମାନେ ନିସ୍ତୁକ ମାଡ଼ ମାରିଥିବା ଜଣାଯାଇଛି । ଆଜି ଅମିତ କ୍ଷେତରାଜପୁର ଅଞ୍ଚଳର ଜଣେ ମହିଳାଙ୍କୁ ନିକଟକୁ ଫୋନ କରି ତାଙ୍କ ପୁଅକୁ ଅପହରଣ କରିଥିବା କହିଥିଲା । ଏଥିସହ ପୁଅକୁ ମୁକ୍ତି ପାଇଁ ୬୦ ହଜାର ଟଙ୍କାଦାବି କରିଥିଲା ଅମିତ । ଏନେଇ ମହିଳା ଜଣଙ୍କ କ୍ଷେତରାଜପୁର ଥାନା ପୋଲିସକୁ ଜଣାଇଥିଲେ । ଏହାପରେ ପୋଲିସ ଅମିତର ମୋବାଇଲ ଫୋନ ଟ୍ରାକ କରି ଗୁଡେଶ୍ୱର ଶିବ ମନ୍ଦିର ନିକଟରେ ତାକୁ ଠାବ କରିଥିଲା । ଅମିତ ଗୁଳି ଚଳାଇବାରୁ ପୋଲିସ ପାଲଟା ଜବାବ ଦେଇଥିଲା । ଅମିତକୁ ବାକୁ କରିବା ସହ ପୋଲିସ ତା ନିକଟରୁ ପିସ୍ତଲ ଓ ଗୁଳି ଜବତ କରିଛି। ଅମିତ ନାଁରେ ରହିଛି ୯ରୁ ଅଧିକ ମାମଲା ରହିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.