ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁରରେ ପୋଲିସର ଏନକାଉଣ୍ଟର, ହାର୍ଡକୋର ମାଓବାଦୀ ସନ୍ତୋଷ ପୋଡିଆମୀ ନିହତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ ବିଜାପୁର ଜିଲ୍ଲା ପୋଲିସକୁ ସଫଳତା । ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓବାଦୀ ମୃତ । ଡିଆରଜି ପୋଲିସର ଅପରେସନ ବେଳେ ସଫଳତା ମିଳିଛି। ମୃତ ମାଓବାଦୀର ନାଁ ସନ୍ତୋଷ ପୋଡିଆମୀ ।

ତା ନାଁରେ ୧ ଲକ୍ଷ ଟଙ୍କାର ପୁରସ୍କାର ରଖାଯାଇଥିଲା । ଘଟଣାସ୍ଥଳରୁ ଗୋଟିଏ ପିସ୍ତଲ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ଜବତ ହୋଇଛି । ଅନେକ ହିଂସାକାଣ୍ଡରେ ଜଡିତ ଥିଲା ସନ୍ତୋଷ । ଏବେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା କହିଛନ୍ତି ବିଜାପୁର ଏସ୍‌ପି କମଲୋଚନ କଶ୍ୟପ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.