ରାତି ହେଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସ୍ୱାସ୍ଥ୍ୟ ବିଭାଗରେ କିନ୍ତୁ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଛି ହେଲେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାଁନ୍ତି l ଏମିତି ବହୁ ସ୍ୱାସ୍ଥ୍ୟକେନ୍ଦ୍ର ଅଛି ରାତି ହେଲେ ବନ୍ଦ ରହୁଥିବା ନଜିର ଆସିଛି l

ସାଲେପୁର(କେନ୍ୟୁଜ୍‌): ବାହାରୁ ଦେଖିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ପୂରା ଚିକ୍କଣ । କିନ୍ତୁ ସ୍ୱାସ୍ଥ୍ୟ ସେବା ପୂରା ଦୁର୍ବଳ। ସ୍ୱାସ୍ଥ୍ୟ ଯୋଗାଇ ବରେ ବିଫଳ ସ୍ୱାସ୍ଥ୍ୟ ବିଭାଗ l ସ୍ୱାସ୍ଥ୍ୟ ବିଭାଗ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ଯୋଗାଇବା କଥା କିନ୍ତୁ ରାତି ହେଲେ ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ ଝୁଲୁଛି ତାଲା l ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସ୍ୱାସ୍ଥ୍ୟ ବିଭାଗରେ କିନ୍ତୁ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ l ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଛି ହେଲେ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାଁନ୍ତି l ଏମିତି ବହୁ ସ୍ୱାସ୍ଥ୍ୟକେନ୍ଦ୍ର ଅଛି ରାତି ହେଲେ ବନ୍ଦ ରହୁଥିବା ନଜିର ଆସିଛି l

ଏ ହେଉଛି କଟକ ଜିଲ୍ଲାର କିଶୋର ନଗର ମାହାଙ୍ଗା ନିଶ୍ଚିନ୍ତ କୋଇଲି ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ର l ଆମ ପ୍ରତିନିଧି ପ୍ରଥମେ କିଶୋର ନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ ସେଠି ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପଡିଛି l ଗୋଟେ ୧୦୮ ଆମ୍ବୁଲାନ୍ସ ଗାଡି ଅଛି ହେଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ କେହି ନାହାନ୍ତି l ଦୀର୍ଘ ଦିନ ହେବ ଲୋକ ମାନେ ଦାବି କରି ଆସୁଛନ୍ତି ଏଠି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ କିନ୍ତୁ କେହି କର୍ଣ୍ଣପାତ କରୁନାହାଁନ୍ତି l ଯାହାଫଳରେ ଲୋକମାନେ ଜରୁରୀ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି l

ସେହିପରି ଏ ହେଉଛି ମାହାଙ୍ଗା ବ୍ଲକ ଜଗନ୍ନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏହି ସ୍ୱାସ୍ଥ୍ୟକେନ୍ଦ୍ର କିଛି ଦିନ ପୂର୍ବରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମାନ୍ୟତା ପାଇଲା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଘର ହେଲା କିନ୍ତୁ ବଡ଼ ଦୁଃଖର କଥା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାତି ହେଲେ ତାଲା ଝୁଲେ l ସମ୍ପୂର୍ଣ ବନ୍ଦ ହୋଇଯାଏ ଏହି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର l ତେବେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ କଥା ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କିନ୍ତୁ ଏଠି ଚିତ୍ର ପୁରା ଓଲଟା l ଅରିଲୋ ଗ୍ରାମର କପିଳ ବେହେରାଙ୍କ ପତ୍ନୀଙ୍କ ଦେହ ରାତିରେ ହଠାତ ଖରାପ ହେବା କାରଣରୁ ସେ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ର ବନ୍ଦ ଥିଲା ନିରାଶ ହୋଇ ମାହାଙ୍ଗା ନେବା ବାଟରେ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଥିଲା, ବୋଲି ଅଭିଯୋଗ ଆଣିଛନ୍ତି । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ଦିନ ତଳେ ଡାକ୍ତର ନଥିବାରୁ ଲୋକ ମାନେ ଧାରଣାରେ ବି ବସିଥିଲେ l କିନ୍ତୁ ଏ ପର୍ଯ୍ୟନ୍ତ ସରକାରଙ୍କ ନଜର ଆଡ଼ୁଆଳରେ ରହିଛି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର l

ସେହିପରି ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଅସୁରେଶ୍ୱର ସାନ୍ତପୁର ନାଗସପୁର ଭଳି ବହୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନଥିବା ଅଭିଯୋଗ ହୋଇଛି l ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବି ମୁଖ୍ୟ ଫାଟକ ବନ୍ଦ ଥିବା ଦେଖିବାକୁ ମିଳିଥିଲା କିନ୍ତୁ ଆଉ ଗୋଟେ ପଟେ ଡାକ୍ତର ରାତିରେ ଉପସ୍ଥିତ ଥିଲେ l କିନ୍ତୁ ଏଠି କଥା ଉଠୁଛି ସ୍ୱାସ୍ଥ୍ୟ ସେବାକୁ ସରକାର ପ୍ରାଧାନ୍ୟ ଦେବା ବେଳେ କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ମନମାନି ପାଇଁ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକମାନେ l ଏମିତି ବହୁ ସ୍ୱାସ୍ଥ୍ୟ କେନ୍ଦ୍ର ଅଛି ସତ ସେଠାରେ କିନ୍ତୁ ଡାକ୍ତର ନାହାନ୍ତି କି କର୍ମଚାରୀ ନାହାନ୍ତି । ଏହାକୁ ନେଇ ବାରମ୍ବାର ଅଭିଯୋଗ ଆସୁଛି l ଏନେଇ ସରକାର ସହିତ ସ୍ୱାସ୍ଥ୍ୟ ବିଭାଗ ଧ୍ୟାନ ଦେବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.