ସାମ୍ନାକୁ ଆସିଲା ‘ପୁଷ୍ପା ୨’ରୁ ଅଲୁ ଅର୍ଜୁନଙ୍କ ନୂଆ ପୋଷ୍ଟର, ଜାଣନ୍ତୁ କେବେ ରିଲିଜ୍‌ ହେବ ଫିଲ୍ମ

'ପୁଷ୍ପା: ଦି ରାଇଜ୍'ର ଜବରଦସ୍ତ ସଫଳତା ପରେ, ଫ୍ୟାନ୍ସମାନେ ଉତ୍ସାହର ସହିତ ଫିଲ୍ମ ' ପୁଷ୍ପା ୨'କୁ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଫିଲ୍ମ ବିଷୟରେ ନୂଆ ଅପଡେଟ୍ ପ୍ରାୟ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି । ଏସବୁ ମଧ୍ୟରେ 'ପୁଷ୍ପା ୨'ର ନିର୍ମାତା ଗୋଟିଏ ଦିନରେ ଫିଲ୍ମ ପ୍ରଶଂସକଙ୍କୁ ଦୁଇଟି ବଡ଼ ସରପ୍ରାଇଜ୍‌ ଦେଇଛନ୍ତି ।

ଅପ୍‌କମିଂ ଫିଲ୍ମ ‘ପୁଷ୍ପା ୨’ ପାଇଁ ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ଚର୍ଚ୍ଚାରେ ଅଛନ୍ତି । ତେବେ ‘ପୁଷ୍ପା: ଦି ରାଇଜ୍’ର ଜବରଦସ୍ତ ସଫଳତା ପରେ, ଫ୍ୟାନ୍ସମାନେ ଉତ୍ସାହର ସହିତ ଫିଲ୍ମ ‘ ପୁଷ୍ପା ୨’କୁ ଅପେକ୍ଷା କରିଛନ୍ତି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଫିଲ୍ମ ବିଷୟରେ ନୂଆ ଅପଡେଟ୍ ପ୍ରାୟ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି । ଏସବୁ ମଧ୍ୟରେ ‘ପୁଷ୍ପା ୨’ର ନିର୍ମାତା ଗୋଟିଏ ଦିନରେ ଫିଲ୍ମ ପ୍ରଶଂସକଙ୍କୁ ଦୁଇଟି ବଡ଼ ସରପ୍ରାଇଜ୍‌ ଦେଇଛନ୍ତି । ତେବେ ରଶ୍ମିକା ମନ୍ଦନାଙ୍କ ଜନ୍ମଦିନ ଅବସରରେ ‘ପୁଷ୍ପା ୨’ ଫିଲ୍ମରୁ ଅଭିନେତ୍ରୀଙ୍କ ଲୁଲ୍‌ର ଏକ ଫଟୋ ସେୟାର କରାଯାଇଥିଲା । ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ଏବେ ରଶ୍ମିକାଙ୍କ ପୁରା ଲୁକ୍ ରିଲିଜ୍ ହେବା ପରେ ନିର୍ମାତାମାନେ ‘ପୁଷ୍ପା ୨’ର ନୂଆ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ଫିଲ୍ମକୁ ଦେଖିବାକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ବଢି ଯାଉଛି ।

‘ପୁଷ୍ପା ୨’ର ନୂଆ ପୋଷ୍ଟର ସୋସିଆଲ ମିଡିଆରେ ଏପ୍ରିଲ ୫ ସନ୍ଧ୍ୟାରେ ରିଲିଜ୍‌ କରାଯାଇଥିଲା । ଯେଉଁ ନୂଆ ପୋଷ୍ଟରରେ ଆଲୁ ଅର୍ଜୁନ ତାଙ୍କ ହାତରେ ଏକ ତ୍ରିଶୂଳ ଧରି ଏକ ଶଙ୍ଖ ବଜାଉଥିବାର ନଜର ଆସିଥିଲେ । ତେବେ ‘ପୁଷ୍ପା ୨’ର ପୋଷ୍ଟରରେ ବହୁତ ସିନ୍ଦୁର ମଧ୍ୟରେ ଆଲୁ ଅର୍ଜୁନଙ୍କ ଏକ ଝଲକ ଦେଖିବାକୁ ମିଳିଛି । କିନ୍ତୁ ‘ପୁଷ୍ପା: ଦି ରୁଲ୍‌’ର ନୂଆ ପୋଷ୍ଟର ଦେଖିବା ପରେ ଏହା ଅନୁମାନ କରାଯାଉଛି ଯେ, ଏଥିରେ ଆଲୁ ଅର୍ଜୁନଙ୍କ ଏପରି ରୂପ ଦେଖିବାକୁ ମିଳିବ ଯାହା ପୂର୍ବରୁ କୌଣସି ଫିଲ୍ମ ପ୍ରଶଂସକଙ୍କୁ ଦେଖିବାକୁ ମିଳିନଥିଲା । ତେବେ ନୂଆ ପୋଷ୍ଟର ସହିତ ନିର୍ମାତାମାନେ ‘ପୁଷ୍ପା ୨’ର ଟିଜର ବିଷୟରେ ଏକ ବଡ ଅପଡେଟ୍ ମଧ୍ୟ ସେୟାର କରିଛନ୍ତି ।

‘ପୁଷ୍ପା ୨’ର ନିର୍ମାତା ଆଲୁ ଅର୍ଜୁନଙ୍କ ଲୁକର ପୋଷ୍ଟରକୁ ଅଫିସିଆଲି ସେୟାର କରିଛନ୍ତି ଏବଂ ଫିଲ୍ମର ଟିଜର କେବେ ରିଲିଜ ହେବ ତାହା ମଧ୍ୟ କହିଛନ୍ତି । ତେବେ ‘ପୁଷ୍ପା ୨’ ର ନିର୍ମାତା ଏବଂ ଆଲୁ ଅର୍ଜୁନଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ଜଣାପଡୁଛି, ଯେ ଏହି ଫିଲ୍ମର ଟିଜର ସୁପରଷ୍ଟାରଙ୍କ ଜନ୍ମଦିନ ଅର୍ଥାତ୍ ଏପ୍ରିଲ ୮ରେ ରିଲିଜ୍‌ ହେବ । ଏହା ପରେ ଫ୍ୟାନ୍ସ ଏହି ଫିଲ୍ମକୁ ଦେଖିବାକୁ ବହୁତ ଉତ୍ସାହାର ସହ ଅପେକ୍ଷା କରିଛନ୍ତି ।

ତେବେ ଫିଲ୍ମ ‘ପୁଷ୍ପା: ଦି ରୁଲ୍‌’ ଅଗଷ୍ଟ ୧୫ ରେ ସାରା ବିଶ୍ୱରେ ସିଲ୍‌ଭର ସ୍କ୍ରିନ୍‌ରେ ମୁକ୍ତିଲାଭ କରିବ । ଆକ୍ସନ୍ ଡ୍ରାମା ‘ପୁଷ୍ପା: ଦି ରୁଲ୍‌’ରେ ଅଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସୁକୁମାର । ଏହି ଫିଲ୍ମରେ ଫାହାଦ୍ ଫସିଲ୍ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହା ସହ ଫିଲ୍ମର ସୁଟିଂ ଶେଷ ପର୍ଯ୍ୟାୟରେ ଚାଲିଛି ।

 

View this post on Instagram

 

A post shared by Allu Arjun (@alluarjunonline)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.