ସ୍ୱାସ୍ଥ୍ୟ ସଚିବଙ୍କ ଅଚାନକ ଯାଜପୁର ମେଡିକାଲ ଗସ୍ତ, କରୋନା ପାଇଁ ହୋଇଥିବା ବ୍ୟବସ୍ଥାର ଯାଞ୍ଚ କଲେ

ଯାଜପୁର ଟାଉନ : ଓଡିଶା ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ମେଡିକାଲରେ ଥିବା କରୋନା ଆଇସୋଲେସନ୍ ୱାର୍ଡକୁ ବୁଲି ଦେଖିବା ସହ କରୋନା ପରୀକ୍ଷା ପାଇଁ ବାହାରୁ ଆସୁଥିବା ଲୋକମାନଙ୍କ ପାଇଁ କି କି ବ୍ୟବସ୍ଥା ହୋଇଛି ତାହାର ସମୀକ୍ଷା କରିଛନ୍ତି। ଏଥି ସହ ମହିଳା ଓ ଶିଶୁ ଚିକିତ୍ସା ବିଭାଗକୁ ଯାଇ ସ୍ବଚ୍ଛତା, ରୋଗୀଙ୍କୁ ମିଳୁଥିବା ସେବା ସଂପର୍କରେ ବୁଲି ଦେଖିବା ସହ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।
ଆଇସୋଲେସନ୍ ୱାର୍ଡ ଠାରୁ ଆରମ୍ଭ କରି ରୋଗୀଙ୍କୁ ମିଳୁଥିବା ସମସ୍ତ ସେବା ସଂପର୍କରେ ସେ ପଚାରି ବୁଝିବା ସହ କିଛି ତ୍ରୁଟିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ଘରୋଇ କାର୍ଯ୍ୟ ପାଇଁ ଯାଜପୁର ଆସିଥିବା ବେଳେ ସ୍ୱାସ୍ଥ୍ୟ ସଚିବ ଅଚାନକ ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ସ୍ବାସ୍ଥ୍ୟ ସେବା ସଂପର୍କରେ ଟିକିନିଖି ବୁଝିବା ସହ କିପରି ରୋଗୀମାନଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ମିଳିବ ତାହା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.