Below header

କୋରାପୁଟ: କରୋନା ମୁକାବିଲା ନେଇ କିସ୍‌ ଓ ମିଶନ ଉଦୟର ସ୍ୱେଚ୍ଛାସେବୀ ଟିମ୍‌ ପକ୍ଷରୁ ଜନ ସଚେତନତା

କେନ୍ୟୁଜ୍(ବ୍ୟୁରୋ): କରୋନା ମୁକାବିଲା ନେଇ କିସ୍‌ ପକ୍ଷରୁ ଜନ ସଚେତନତା । କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସଚେତନତା କାର୍ଯ୍ୟରେ ସାମିଲ ହୋଇଛି କିସ୍‌ ଓ ମିଶନ ଉଦୟର ସ୍ୱେଚ୍ଛାସେବୀ ଟିମ୍‌ । କୋରାପୁଟ ଜିଲ୍ଲାର ଲମତାପୁଟ, ବନ୍ଧୁଗାଁ, ବୈପାରୀଗୁଡ଼ା ବ୍ଲକର ବିଭିନ୍ନ ଗାଁକୁ ଯାଇ ଘରୁ ନବାହାରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି । ବାରମ୍ବାର ହାତ ଧୋଇବା, ମୁହଁ, ପାଟି, ଆଖି, ନାକକୁ ହାତ ନଲଗାଇବା, ଡାକ୍ତରଙ୍କ ପରାମର୍ଶ ନେବା ପାଇଁ କୁହାଯାଉଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ସଂପର୍କରେ ସ୍ଥାନୀୟ ପୋଲିସ ବା ପ୍ରଶାସନକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଉଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.