Below header

ଆଜି ରାତି ୧୨ଟାରୁ ପୂରା ଦେଶରେ ଲକ୍‌ଡାଉନ୍‌, ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨୧ ଦିନ ପାଇଁ କଡ଼ା କଟକଣା

ନୂଆଦିଲ୍ଲୀ : ଆଜି ରାତି ୧୨ଟାରୁ ସାରା ଦେଶ ଚାଲିଯିବ ଲକ୍‌ଡାଉନ୍‌ ଭିତରକୁ । ଏହି ଘୋଷଣା କରିଛନ୍ତି ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତକୁ ଓ ଭାରତବାସୀଙ୍କୁ ମହାମାରୀ କରୋନା କବଳରୁ ରକ୍ଷା କରିବା ପାଇଁ ଏହି ପଦକ୍ଷେପ ଜରୁରୀ । ଏହି କଟକଣା ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ରହିବ ବୋଲି ମୋଦି କହିଛନ୍ତି । ଏହି ତିନି ସପ୍ତାହ ସାରା ଭାରତବାସୀଙ୍କ ପାଇଁ ପରୀକ୍ଷାର ସମୟ ବୋଲି ସେ କହିଛନ୍ତି ।

modi

ଘରୁ ବାହାରି ପଦାକୁ ଗୋଡ଼ କାଢ଼ିଲେ ଆପଣଙ୍କ ଏହି ଭୁଲ ଆପଣଙ୍କ ପରିବାରକୁ ନଷ୍ଟ କରି ଦେଇ ପାରେ । କାରଣ ଏହାର ସଂକ୍ରମଣ ଅତି ଶୀଘ୍ର ହୋଇଥାଏ । ‘କରୋନା’ର ଅର୍ଥ ହେଉଛି କେହି ରାସ୍ତା ଉପରକୁ ଆସ ନାହିଁ । ପ୍ରଧାନମନ୍ତ୍ରୀ ହାତ ଯୋଡ଼ି ଲୋକଙ୍କୁ ଧୈର୍ଯ୍ୟର ସହ ଘରେ ରହିବାକୁ ଅନୁରୋଧ କରିଛନ୍ତି ।
ପ୍ରଥମେ ଜନତା କର୍ଫ୍ୟୁକୁ ବିପୁଳ ପରିମାଣରେ ସମର୍ଥନ କରିଥିବାରୁ ଦେଶବାସୀଙ୍କ ଧନ୍ୟବାଦ ଦେଇଥିଲେ ମୋଦି । ତେବେ ମହାମାରୀ କରୋନାରେ ବିଶ୍ୱର ବହୁତ ବଡ଼ ବଡ଼ ଦେଶକୁ ନିରୁପାୟ କରି ଦେଇଛି । ସାମାଜିକ ଦୂରତା ବ୍ୟତୀତ ଏହାକୁ ରୋକିବାକୁ କୌଣସି ରାସ୍ତା ନାହିଁ ।

modi
ସାମାଜିକ ଦୂରତା କେବଳ ରୋଗୀଙ୍କ ପାଇଁ ବୋଲି ଅନେକ ମନେ କରୁଛନ୍ତି । ହେଲେ ପରିବାରର ସମସ୍ତ ସଦସ୍ୟ ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ । କିଛି ଲୋକଙ୍କ ବେପରୁଆ ମନୋଭାବ ଏବଂ ଭୁଲ ଚିନ୍ତାଧାରା ଦେଶକୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିବ । ଯାହାର କଳନା କରିବା ସମ୍ଭବ ନୁହେଁ । କରୋନାକୁ ରୋକିବା ପାଇଁ ପ୍ରଥମେ ଦେଶର ଅନେକ ରାଜ୍ୟରେ ଏବେ ଲକ୍‌ଡାଉନ୍‌ କରାଯାଇଥିଲା । ଏବେ ସାରା ଦେଶକୁ ଲକ୍‌ଡାଉନ୍‌ କରାଯାଇଛି ।

MODI-2

କରୋନା ମୁକାବିଲା ପାଇଁ ୧୫ ହଜାର କୋଟି

କରୋନା ଭାଇରସ୍‌ର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଆଜି ୧୫ ହଚାର କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି । ଏହି ଅର୍ଥରେ ଭିତ୍ତିଭୂମି ଠାରୁ ଆରମ୍ଭ କରି ବିଭିନ୍ନ ପରୀକ୍ଷା ନିରୀକ୍ଷ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.